ytuyu-1-292x300-1-150x150-1-150x150-1-150x150-1
Share

*ଖବର ଆଜିର*

ତାରିଖ ୨୬/୦୬/୨୦୨୩ ସୋମବାର ।

 

ପିଛା ଛାଡ଼ୁନି ରେଳ ଦୁର୍ଘଟଣା I ପୁଣି ଦୁଇ ମାଲବାହୀ ଗାଡି ମଧ୍ୟରେ ହୋଇଛି ଧକ୍କା I ଫଳରେ ୧୩ ବଗି ଲାଇନ୍ଚ୍ୟୁତ ହୋଇ ଖଡ଼ଗପୁର-ବଙ୍କୁରା-ଆଦ୍ରା ଲାଇନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ପ୍ଲାଟଫର୍ମ ଓ ସିଗ୍ନାଲ ରୁମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

 

ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ।

 

ସ୍ବାମୀ ହୁଅନ୍ତୁ କିମ୍ବା ସ୍ତ୍ରୀ, ସମ୍ପତ୍ତି ଉପ‌ରେ ଉଭୟଙ୍କର ଥାଏ ସମାନ ଅଧିକାର: ମାଡ୍ରାସ ହାଇକୋର୍ଟ।

 

ଆମେରିକା ଠାରୁ ଡ୍ରୋନ୍ କିଣିବା ନେଇ ହେଉଥିବା ଗୁଜବ ପ୍ରଚାରକୁ ଖଣ୍ଡନ କଲେ କେନ୍ଦ୍ର ସରକାର: କହିଲେ, ଗୁଜବ ପ୍ରଚାର କର ନାହିଁ ।

 

ଓଡ଼ିଶାରେ ପ୍ରଥମ: ସମ୍ମମରେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଅଂଗଦାନ ଯୋଗୁଁ ୪ ରୋଗୀଙ୍କୁ ମିଳିଲା ନୂଆ ଜୀବନ ।

 

ଭାରତୀୟ ବଜାର ଉପରେ FPIର ଭରସା ମଜଭୁତ, ଜୁନରେ ୩୦,୬୦୦ କୋଟି ଟଙ୍କା ନିବେଶ।

 

ଲଗାତର ବର୍ଷା କାରଣରୁ କେଦାରନାଥ ଯାତ୍ରୀଙ୍କ ପାଇଁ ବଢିଲା ଅଡୁଆ, ଖରାପ ପାଗ ପାଇଁ ସ୍ଥଗିତ ରଖାଗଲା କେଦାରନାଥ ଯାତ୍ରା।

 

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ପ୍ରଚଳନରେ ଥିବା ମୋଟ ୩.୬୨ ଲକ୍ଷ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନୋଟର ଦୁଇ-ତୃତୀୟାଂଶ ( ମୂଲ୍ୟ ପ୍ରାୟ ୨.୪୧ ଲକ୍ଷ କୋଟି ଟଙ୍କା) ନୋଟ୍ ଫେରିଆସିଛି ।

 

ପିରାମିଡ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ । ଆମେରିକା ପରେ ଇଜିପ୍ଟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ । ଗ୍ରେଟ୍ ପିରାମିଡ ଅଫ୍ ଗିଜା ଓ ଅଲ୍ ହାକିମ୍ ମସଜିଦ୍ ପରିଦର୍ଶନ ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦ ନିଲ’ରେ ସମ୍ମାନିତ ହୋଇଛନ୍ତି। ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ପତାହ ଏଲ୍‌-ସିସି ରବିବାର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

 

ଖୋଲୁଛି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ କଳା ଟଙ୍କାର ଗୁମର । ପଥର ଓ ବାଲି ମାଫିଆଙ୍କୁ ଅନୁକମ୍ପା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ ପ୍ରଶାନ୍ତ ରାଉତ ।

 

ସ୍ବତନ୍ତ୍ର ଅଲିମ୍ପିକ୍‌ସ : ଓଡ଼ିଶାକୁ ୮ ପଦକ ; ଅରିଦିତା ଜିତିଲେ ୨ଟି।

 

୨୦୨୩ ବିଶ୍ବକପ୍‌ ପାଇଁ ଦଳଗତ ମାନସିକତା ଆବଶ୍ୟକ: କପିଳ ଦେବ ।

 

ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ହେବ ଭବ୍ୟ ସ୍ୱାଗତ, ଉପସ୍ଥିତ ରହିବେ ଦିଲ୍ଲୀର ସବୁ ସାଂସଦ।

 

ସକ୍ରିୟ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଦିଲ୍ଲୀ-ମୁମ୍ବାଇରେ ବୁଡ଼ିଲା ରାସ୍ତା, ହିମାଚଳରେ ବନ୍ୟା ଆଲର୍ଟ ।

 

ଏଏସଓ ପରୀକ୍ଷା ଅନିୟମିତତା ମାମଲା, ହାଇକୋର୍ଟରେ ଆଉ ଏକ ରିଟ୍ ପିଟିସନ ଦାୟର, ଆଜି ଶୁଣାଣି

 

 

ସୁପ୍ରଭାତ ,ଶୁଭ ସକାଳ ।