May 27, 2026

ଜିଲ୍ଲା ଶିକ୍ଷା ଅଧ୍ବକାରୀଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘର ପଦୋନ୍ନତି ନେଇ ଆଲୋଚନା 

IMG-20260526-WA0056
Share

 

ଖୋରଧା -:(ପ୍ରିୟଙ୍କା ମହାପାତ୍ର)-ଦୀର୍ଘ ୪ବର୍ଷ ପରେ ପ୍ରାଥମିକ ଶିକ୍ଷକଙ୍କର ପଦୋନ୍ନତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କର ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ପତ୍ରାଙ୍କ ନଂ- ୧୨୨୭୦ ତା ୧୩.୦୫.୨୦୨୬ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ

ପରିପତ୍ର ସଂଖ୍ୟା ୯୬୬୩ ତା- ୧୮.୦୫.୨୦୨୬ଙ୍କ ବିଧବଦ୍ଧ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ

ନିର୍ଦ୍ଦେଶ ଆସିବା ପରେ ଜିଲ୍ଲା ଶିକ୍ଷା ବିଭାଗ ଚଳଚଞ୍ଚଳ ହୋଇପଡ଼ିଛି । ଆଜି ପ୍ରଥମିକ ଶିକ୍ଷକ ସଂଘ, ଖୋରଧା ଜିଲ୍ଲା ସଭାପତି ଯୁଧୁଷ୍ଠିର ସାହୁଙ୍କ ନେତୃତ୍ଵରେ ୧୦ଜଣିଆ ପ୍ରତିନିଧ୍ଵ ମଣ୍ଡଳୀ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କୁ ଭେଟି ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି ସମ୍ପର୍କରେ ଆଲୋଚନା କରିଥଲେ । ପଦୋନ୍ନତି ପ୍ରସଙ୍ଗରେ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପୂର୍ଣ ବିବରଣୀ ପ୍ରାଥମିକ ଶିକ୍ଷକମାନଙ୍କର ଜିଲ୍ଲା ଶିକ୍ଷା ବିଭାଗ ୧୦ଟି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରୁ ସଂଗ୍ରହ କରାଯାଇଛି l କାର୍ଯ୍ୟକ୍ରମ ତ୍ବରାନ୍ବିତ ସହ ଖୁବ ଶୀଘ୍ର ପ୍ରୋଭିଜନାଲ ଗ୍ରେଡ଼େସନ ତାଲିକା ପ୍ରକାଶ ପାଇବ ଏବଂ ପରେ ପୂର୍ଣାଙ୍ଗ ରିପୋର୍ଟ ସାର୍ବଜନୀନ କରାଯିବ । ଆଇନ ମୁତାବକ, ନିର୍ଭୁଲ ତଥ୍ୟ ସହ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧ୍ବକାରୀ ପ୍ରତିଶ୍ରୁତି ଦେଇଥିଲେ । ଆଲୋଚନା ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡ଼ା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରଷ୍ଠ ଶିକ୍ଷକ ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲା ସମ୍ପାଦକ ଜିତ ରଂଜନ ମହାପାତ୍ର, ସମୀର ସେଠୀ, ସନ୍ତୋଷ କୁମାର ବେହେରା, ଖୋର୍ଦ୍ଧା ବ୍ଲକ ସମ୍ପାଦକ ଅମୀୟ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ l

You may have missed