March 11, 2026

କୁକୁଡ଼ାଖଣ୍ତିରେ ଶୀତଳଷଷ୍ଠୀ ଯାତ୍ରା 

IMG-20230526-WA0001
Share

 

କୁକୁଡ଼ାଖଣ୍ଡି ଗ୍ରାମର ଶ୍ରୀ ମୁକ୍ତେଶ୍ଵର ମହାଦେବଙ୍କ ପୀଠରେ ଶୀତଳ ଷଷ୍ଠୀ ଯାତ୍ରା ଦୁଇ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ ମୁକ୍ତେଶ୍ଵରର ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସନ୍ଧ୍ୟାରେ ମହାଦେବଙ୍କୁ ବରବେଶ ଧାରଣ କରି ବାଦ୍ୟ ରୋଷଣି ସହ ବିରାଟ ପଟୁଆରରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମହାପ୍ରଭୁ ଶିବ ବରଯାତ୍ରୀଙ୍କ ସହ ଯାଇ କନ୍ୟାଘରେ ପହଞ୍ଚିବା ପରେ କନ୍ୟାଘର ପକ୍ଷରୁ ବରଯାତ୍ରୀ ଦଳଙ୍କୁ ସ୍ଵାଗତ କରାଯିବ ସହ ମହାଦେବଙ୍କ ବାଟବରଣ କରାଯାଇଥିଲା । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମାଁ ଘୋଷାମଣି ନାଟ୍ୟ କଳା ସଂସଦ ତରଫରୁ ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ ଏକ ପୌରାଣିକ ନାଟକ ‘ ସୁନା ପୁଅ ପାଇଁ ଝୁରେ ଅଯୋଧ୍ୟା ’ ନାଟକ ମଞ୍ଚସ୍ଥ ହୋଇଥିଲା । ଏଥିରେ ମନ୍ଦିର ପରିଚାଳନା କମିଟିରେ ସଭାପତି ଶାକା ସୁଜିତ କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଏଥିରେ ସମ୍ପାଦକ ଦିଲ୍ଲୀପ କୁମାର ପାତ୍ର, କୋଷଧ୍ୟକ୍ଷ ଅଦଲ. ନନ୍ଦକିଶୋର,ଆବାହକ ଦାଣ୍ଡା ଜଗନ୍ନାଥ, କମିଟି ନିତ୍ୟାନନ୍ଦ ଦଳାଇ, ଶ୍ରୀନିବାସ ରାଉଳ ,ଅଦଲ ଚେନେୟା, ନାକା ରଘୁନାଥ, କପେଇ ଦଣ୍ଡପାଣି, ପାମିନି ଅଶୋକ, ଅଦଲ ଚକ୍ରପାଣି, ଅଦଲ ବଳରାମ, ଅଦଲ ପଦ୍ମନାଭ, ସାଲା ଲଛେୟା, କେ. ଆଦିକାନ୍ଦ, କେ. ଦୁଃଖି, ପି. ଦେବାନନ୍ଦ, କେ. ଭଗବାନ, ଇପିଲି ଡାଳେୟ, ସୁଦର୍ଶନ ସେଠୀ, ପି.ଦେବରାଜ, ପୂଜକ ଚନ୍ଦନ ରାଉଳ, ଅବନି ରାଉଳ, ଶଙ୍କର ରାଉଳଙ୍କ ସମେତ ମୁକ୍ତେଶ୍ଵର ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ମାନଙ୍କୁ ଦ୍ଵାରା ସହଯୋଗ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସଦର ଥାନା ଅଧିକାରୀ ଓ ତାଙ୍କ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ