ଲାଞ୍ଜିଗଡ଼ରେ କାଳବୈଶାଖୀ ବର୍ଷା

ଲାଞ୍ଜିଗଡ଼ -( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ରେ କାଳବୈଶାଖି ବର୍ଷା ହୋଇ ଯାଇଛି l ଆଜି ଦିନ ଦୁଇଟା ବେଳେ କଳାହାଣ୍ଡିଆ ମେଘ ଆକାଶକୁ ଆଚ୍ଛନ୍ନ କରିବା ସହିତ ପବନର ବେଗ ବଢ଼ି ଚାଲିଲା l ପ୍ରବଳ ବେଗରେ ଧୂଳି ଉଡ଼ି ସବୁ ଦିଗକୁ ବ୍ୟାପୀ ଯିବା ଯୋଗୁଁ ଅନେକ ସମୟ ପର୍ଯ୍ୟନ୍ତ ଲୋକେ ପରସ୍ପରକୁ ଦେଖି ନ ପାରି ଜାତାୟାତରେ ଅସୁବିଧା ସୃଷ୍ଟି ହେଲା l ପରେ ପରେ ପବନ ଓ ବିଜୁଳି ଘଡ଼ଘଡି ସହିତ ମୂଷଳ ଧାରାରେ ବର୍ଷା ଆରମ୍ଭ ହେଲା l ବର୍ଷାର ପ୍ରକୋପ ଏତେ ଥିଲା ଯେ, ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ବହି ଚାଲିଲା ଏବଂ ଛୋଟ ଛୋଟ ନାଳ ସବୁରେ ପାଣିର ସୁଅ ଛୁଟିଲା l ସବୁ ଖାଲ ସ୍ଥାନରେ ପାଣି ପୁରିଗଲା l ଦୀର୍ଘ ସମୟ ଧରି ବର୍ଷା, ପବନ ଓ ବିଜୁଳି ଘଡଘଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲା l ରାତି ପର୍ଯ୍ୟନ୍ତ ବିଜୁଳି ଓ ବର୍ଷା ଲାଗି ରହିଥିଲା l ତେବେ ପ୍ରବଳ ଖରା ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତି ମିଳି ଥିବାରୁ ଲୋକେ ଖୁସି ବ୍ୟକ୍ତ କରିଛନ୍ତି l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର