କୁନି ପୁଅଟି ଅନାଇ ରହିଛି ମା ର ଫେରିବା ବାଟକୁ, ସମସ୍ତଙ୍କୁ ପଚାରୁଛି ମୋ ବୋଉ କୁଆଡେ ଯାଇଛି, କେତେବେଳେ ଆସିବ, କିଏ କହୁଛି

କୁନି ପୁଅଟି ଅନାଇ ରହିଛି ମା ର ଫେରିବା ବାଟକୁ, ସମସ୍ତଙ୍କୁ ପଚାରୁଛି ମୋ ବୋଉ କୁଆଡେ ଯାଇଛି, କେତେବେଳେ ଆସିବ, କିଏ କହୁଛି ବୋଉ ମେଡିକାଲ ଯାଇଛି ତ କିଏ କହୁଛି ବୋଉ କାମକୁ ଯାଇଛି,ରାମଲୀଳା ଉଜାଡି ଦେଇଛି ସଂସାର,ସାହି ପଡିଶା ସମସ୍ତଙ୍କ ଆଖିରେ ଆଖିଏ ଲୁହ, କିଏ ଆହା ବୋଲି କହୁଛି ତ କିଏ କାନ୍ଦି କହୁଛି କୁନି ପୁଅଟିକୁ କିଏ ସାହା ହେବ l ଏହିଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅନ୍ତର୍ଗତ ସମାଗୋଳ ଗ୍ରାମରେ l ବଳରାମପୁର ଗ୍ରାମରେ ହେଉଥିବା ରାମଲୀଳା ଦେଖିବାକୁ ଯାଇଥିଲେ ସାମଗଳ ଗ୍ରାମର ଟୁଟୁ ଦାସଙ୍କ ପତ୍ନୀ କୁନି ଦାସ l ରାମଲୀଳା ରେ ହନୁମାନ ଆସିବା ପାଇଁ ଏକ ନଡ଼ିଆ ଗଛରେ ରଶି ଵାନ୍ଧୁଥିବା ସମୟରେ ହଠାତ ନଡ଼ିଆ ଗଛଟି ଭାଙ୍ଗିପଡି ଥିଲା, ଏହିଥିରେ ଚାଲିଯାଇଥିଲା କୁନି ଦାସଙ୍କ ଜୀବନ l ସ୍ୱାମୀ ଏକ ହୋଟେଲରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ, ଏହା ଭିତରେ କିଛିମାସ ତଳେ ପୁଅର ହାର୍ଟ ଅପରେସନ କରି ଫେରିଥିବା ବେଳେ ଆଜିର ଘଟଣା ରେ ସମ୍ପୂର୍ଣ ପରିବାର ଭାଂଗିପଡ଼ିଛି l ମା ଅଫେରା ରାଇଜ କୁ ଚାଲି ଯାଇଥିବା ବେଳେ କୁନିପୁଅ ଟି ତାର ଜେଜେମା କୋଳରେ ବସି ବୋଉ ଫେରିବାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରି ଚାଲିଛ l ହେଲେ ଜେଜେମା ହୋଇଯାଇଛି ଅବାକ କେତେବେଳେ ନାତିକୁ କହୁଛି ବୋଉ ଦେହ ଖରାପ ମେଡିକାଲ ଯାଇଛି ତ କେତେବେଳେ ନାତିକୁ କହୁଛି ରହ ବୋଉ ଆସିବ ତୁ ଖାଇଦେ l ଏହି ଦୁଃଖଦ ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ଗରିବ ପରିବାର ର ଅସମୟରେ ସରକାରୀ ସହାୟତା ଦାବି କରିଛନ୍ତି l
ବାଇଟ – କୁଳମଣି ସାମଲ ( ପୂର୍ବତନ ସାଂସଦ, ଜଗତସିଂହପୁର )
ବାଇଟ – ପଡୋଶୀ
ବାଇଟ – ପଡୋଶୀ