April 26, 2026

ରୋହିଗାଁରେ ବିଦ୍ୟାଳୟର ରୂପାନ୍ତରଣ କଲେ ମୁଖ୍ୟମନ୍ତ୍ରୀ 

IMG-20230426-WA0002
Share

 

ଶିକ୍ଷାର ବିକାଶ ପାଇଁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ମାର୍ଟ ସ୍କୁଲ କୁକୁଡ଼ାଖଣ୍ତି ବ୍ଳକ ଅଧିନରେ ରୋହିଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟକୁ ରୁପାନ୍ତରଣ ତୃତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିର୍ଚୁଆଲ୍ ମାଧ୍ୟମରେ ଉଦଘାଟନ କରି ଉଦବୋଧନ ଦେଇଥିଲେ । ସମସ୍ତ ସୁବିଧା ଥିବା ଇ-ଲାଇବ୍ରେରୀ, ବିଜ୍ଞାନ ଗାର , ପାଠାଗାର, କମ୍ପ୍ୟୁଟର ଓ ବିଭିନ୍ନ ବିଭାଗକୁ ବୁଲି ଦେଖିଥିଲେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ପରେ ସ୍ୱଚ୍ଛ ଓ ସୁନ୍ଦର ଭାବରେ ରଖିବା ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆକୁଳ ବିଷୋୟୀଙ୍କୁ ପରାମର୍ଶ ଦେଇଛନ୍ତି। ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ୬.୧୫ ମିନିଟ ସମୟରେ ରୋହିଗାଁ ଏହି କାର୍ଯ୍ୟକ୍ରମରେ ଭିଡ଼ିଓ କନଫେରନ୍ସରେ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ। ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସ୍ଥାନୀୟ ସରପଞ୍ଚ ବଶିଷ୍ଠ କୁମାର ଜେନା, ୮ନମ୍ବର ଜିଲ୍ଲାପରିଷଦ ସଭ୍ୟା ଶିବାନୀ ସେଠୀ, ସମିତିସଭ୍ୟା ଲକ୍ଷ୍ମୀ ସ୍ୱାଇଁ, ପୂର୍ବତନ ସରପଞ୍ଚ ବସନ୍ତ ସ୍ୱାଇଁ, ପୂର୍ବତନ ସମିତିସଭ୍ୟ ବିପ୍ରଚରଣ ସେଠୀ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବିଷୋୟୀ, ସମାଜସେବୀ ତ୍ରିନାଥ ଲେଙ୍କା, ବାବୁଲା ଜେନା, ବାଳକୃଷ୍ଣ ଜେନା, ବିଚିତ୍ରାନନ୍ଦ ଜେନା, ବାଳକୃଷ୍ଣ ସ୍ୱାଇଁ, ମନୋଜ ଜେନା, ବନୋଜଜେନା, ହରିକୃଷ୍ଣ ବିଷୋୟୀ, ଭଗବାନ ବିଶ୍ୱାଳ, କୋଠିଆ ଭୁୟାଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବବିତା ଜେନା, ଏମବିକେ ଶିବାନି ଜେନା , ସମସ୍ତ ଶିକ୍ଷକ ,କର୍ମକର୍ତ୍ତା, ଛାତ୍ର ଛାତ୍ରୀ, ସିଆରପି, ଅଙ୍ଗନବାଡ଼ିକର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଓ ଛାତ୍ର ଛାତ୍ରୀ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ