April 27, 2026

ବାଘଲଟି ବିଦ୍ୟାଳୟର ରୂପାନ୍ତରଣ କଲେ ମୁଖ୍ୟମନ୍ତ୍ରୀ 

IMG-20230426-WA0001
Share

 

 

ଶିକ୍ଷାର ବିକାଶ ପାଇଁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ମାର୍ଟ ସ୍କୁଲ କୁକୁଡ଼ାଖଣ୍ତି ବ୍ଳକ ଅଧିନରେ ବାଘଲଟି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟକୁ ରୁପାନ୍ତରଣ ତୃତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିର୍ଚୁଆଲ୍ ମାଧ୍ୟମରେ ଉଦଘାଟନ କରି ଉଦବୋଧନ ଦେଇଥିଲେ । ସମସ୍ତ ସୁବିଧା ଥିବା ଇ-ଲାଇବ୍ରେରୀ, ବିଜ୍ଞାନ ଗାର , ପାଠାଗାର, କମ୍ପ୍ୟୁଟର ଓ ବିଭିନ୍ନ ବିଭାଗକୁ ବୁଲି ଦେଖିଥିଲେ ସ୍ଥାନୀୟ ଜନ ପ୍ରତିନିଧି ମାନେ ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ୬.୧୫ ମିନିଟ ସମୟରେ ବାଘଲଟି ଏହି କାର୍ଯ୍ୟକ୍ରମରେ ଭିଡ଼ିଓ କନଫେରନ୍ସରେ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ୫ଟି ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ। ଏଥିରେ କୁକୁଡ଼ାଖଣ୍ତି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅନୁରାଗ ରଥ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନୃସିଂହ ଚରଣ ମିଶ୍ର, କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ମାମି ସାସମଲ, ସମିତି ସଭ୍ୟ ସାରଥି ପ୍ରସାଦ ଗୌଡ଼, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚିନ୍ମୟୀ ଦାସ, ଯୁବ ନେତା ସୁକାନ୍ତ ସାସମଲଙ୍କ ସମେତ ବହୁ ଗ୍ରାମବାସୀ, ସମସ୍ତ ଶିକ୍ଷକ ,କର୍ମକର୍ତ୍ତା, ଛାତ୍ର ଛାତ୍ରୀ, ସିଆରପି, ଅଙ୍ଗନବାଡ଼ିକର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ