March 30, 2025

ଶିକ୍ଷକଙ୍କ ଝୁଲନ୍ତା ଉଲଗ୍ନ ଶବ ଉଦ୍ଧାର:  ପାରିବାରିକ ଅଶାନ୍ତିରୁ ଜୀବନ ହାରିଥିବା ସନ୍ଦେହ

Share

ବୈଶିଙ୍ଗା ( ଦେବାଶିଷ ଦାଶ )

 

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନିମଡିହା ଜଙ୍ଗଲରୁ ବୁଧବାର ସକାଳ ସାଢେ ଆଠଟା ସମୟରେ ଜନୈକ ଶିକ୍ଷକଙ୍କ ଝୁଲନ୍ତା ମୃତଦେହକୁ ଉଲଗ୍ନ ଅବସ୍ଥାରେ ଜବତ କରିଛି ବୈଶିଙ୍ଗା ପୁଲିସ l ମୃତ ଶିକ୍ଷକ ଜଣକ ହେଉଛନ୍ତି ଅଁଳା ପଞ୍ଚାୟତ ଅଧୀନ ତେନ୍ତୁଳିଗାଁ ଗ୍ରାମର ହାଡ଼ିବନ୍ଧୁ ସୋରେନ (୪୧) l

ହାଡ଼ିବନ୍ଧୁ ପୁରୁଣିଆ ପଞ୍ଚାୟତ ଅଧୀନ ସିଂହଡିହ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ l ତେବେ ପାରିବାରିକ କଳହରୁ ସ୍ତ୍ରୀ ଓ ଦୁଇପିଲାଙ୍କୁ ନେଇ କିଛିବର୍ଷ ହେବ ଅଲଗା ରହିଆସୁଥିଲେ l ପାରିବାରିକ ସମସ୍ୟାକୁ ନେଇ ଶିକ୍ଷକ ହାଡ଼ିବନ୍ଧୁ ସୋରେନ ଅଧିକାଂଶ ସମୟରେ ଦୁଶ୍ଚିନ୍ତାରେ ରହୁଥିବା ନେଇ ସହକର୍ମୀ ଶିକ୍ଷକମାନେ ସୂଚନା ଦେଇଛନ୍ତି l ବୁଧବାର ସକାଳେ ନିମଡିହା ଜଙ୍ଗଲରେ ହାଡ଼ିବନ୍ଧୁଙ୍କ ଝୁଲନ୍ତା ମୃତଦେହକୁ ଦେଖି ସ୍ଥାନୀୟଲୋକେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ l

ଖବରପାଇ ବୈଶିଙ୍ଗା ଥାନା ଏଏସଆଇ ଭାବଗ୍ରାହୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଜବତ କରିବା ସହିତ ୧୩/୨୫ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି l ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ପାରିବାରିକ ଅଶାନ୍ତି ପାଇଁ ସବୁବେଳେ ମାନସିକ ଚାପରେ ରହିଆସୁଥିବା ହାଡିବନ୍ଧୁ ଫାଶୀ ଦେଇ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଥିବାବେଳେ ମୃତ୍ୟୁ ସମୟରେ ତାଙ୍କ ଉଲଗ୍ନ ଶରୀର ସନ୍ଦେହ ସୃଷ୍ଟି କରୁଛି l

ତେବେ ଶଵ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି l

You may have missed