ନିତ୍ୟାନନ୍ଦଙ୍କ ନୂଆ କାରନାମା, ବଲିଭିଆରେ ଆଦିବାସୀଙ୍କ ଲକ୍ଷ ଲକ୍ଷ ଏକର ଜମି ହଡ଼ପ ଅଭିଯୋଗ

ଆତ୍ମଘୋଷିତ ଧାର୍ମିକ ନେତା ନିତ୍ୟାନନ୍ଦ ବଲିଭିଆରେ ୪.୮ ଲକ୍ଷ ହେକ୍ଟର ଜମି ହଡ଼ପ କରିଛନ୍ତି। ଏହି ସୂଚନା ପାଇବା ମାତ୍ରେ ଭାରତରୁ ବୋଲିଭିଆ ପର୍ଯ୍ୟନ୍ତ ଚର୍ଚ୍ଚା ସୃଷ୍ଟି ହୋଇଛି ଓ ସରକାରମାନେ ସତର୍କ ହୋଇଯାଇଛନ୍ତି ।
ସୁକ୍ରେ : କୈଳାସ ଦେଶ ସୃଷ୍ଟି କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିବା ଆତ୍ମଘୋଷିତ ଧାର୍ମିକ ନେତା ନିତ୍ୟାନନ୍ଦ ପୁଣି ଥରେ ଖବରର ଶିରୋନାମାରେ। କୁହାଯାଉଛି ଯେ ନିତ୍ୟାନନ୍ଦ ଏବେ କୈଳାସର ସୀମା ବିସ୍ତାର କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଦକ୍ଷିଣ ଆମେରିକାର ବୋଲିଭିଆ ଉପରେ ନଜର ପକାଇଛନ୍ତି। ନିତ୍ୟାନନ୍ଦ ତାଙ୍କ ଶିଷ୍ୟମାନଙ୍କ ସହିତ ସେଠାରେ ୪.୮ ଲକ୍ଷ ହେକ୍ଟର ଜମି ହଡ଼ପ କରିଛନ୍ତି। ଏହି ସୂଚନା ପାଇବା ମାତ୍ରେ ଭାରତରୁ ବୋଲିଭିଆ ପର୍ଯ୍ୟନ୍ତ ଚର୍ଚ୍ଚା ସୃଷ୍ଟି ହୋଇଛି ଓ ସରକାରମାନେ ସତର୍କ ହୋଇଯାଇଛନ୍ତି ।
ଦାବି ଅନୁଯାୟୀ, ନିତ୍ୟାନନ୍ଦ ଏବଂ ତାଙ୍କ ଶିଷ୍ୟମାନେ ପ୍ରଥମେ ବଲିଭିଆରେ ସେଠାକାର ଜନଜାତିଙ୍କ ଜମି ଜାଲିଆତି କରି କିଣିଛନ୍ତି। ଜମି କିଣିବା ପରେ, ନିତ୍ୟାନନ୍ଦ ଏହାକୁ କୈଳାସର ଏକ ବିସ୍ତାର ଭାବରେ ଘୋଷଣା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ପୂର୍ବରୁ ଜମି କ୍ରୟର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏକଥା ଜଣାପଡ଼ିଥିଲା । ରିପୋର୍ଟ ଅନୁସାରେ ପ୍ରାୟ ୪.୮ ଲକ୍ଷ ହେକ୍ଟର ଜମି ୧୦୦୦ ବର୍ଷ ପାଇଁ ଲିଜରେ ନେଇଛନ୍ତି ।

ଜମିର ଲିଜ୍ ପରିମାଣ ବାର୍ଷିକ ୮.୯୬ ଲକ୍ଷ ଟଙ୍କା, ମାସିକ ୭୪,୬୬୭ ଟଙ୍କା ଏବଂ ଦୈନିକ ୨,୪୫୫ ଟଙ୍କା ଥିଲା । ଏ ପ୍ରସଙ୍ଗରେ ବଲିଭିଆ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ବୋଲିଭିଆ “ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ କୈଲାସା” ନାମକ କଥିତ ରାଷ୍ଟ୍ର ସହିତ କୂଟନୈତିକ ସମ୍ପର୍କ ବଜାୟ ରଖେ ନାହିଁ “କାରଣ ସେମାନେ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଅନ୍ୟ କୌଣସି ଦେଶ ଦ୍ୱାରା ଏକ ରାଷ୍ଟ୍ର ଭାବରେ ସ୍ୱୀକୃତିପ୍ରାପ୍ତ ନୁହଁନ୍ତି।”