May 10, 2026

ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହାୟତାର ହାତ ବଢ଼ି ଚାଲିଛି 

IMG-20250326-WA0043
Share

 

 

ପାରଳାଖେମୁଣ୍ଡି:୨୬/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ନିର୍ମାଣ କାର୍ଯ୍ୟରେ ବହୁ ଭକ୍ତ ଭିନ୍ନ ଭିନ୍ନ ଭାବେ ନିଜ ନିଜକୁ ସାମିଲ କରି ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ଏହି ଅବସରରେ ପାରଳା ସହରର ବାଟ ଗୌଡ଼ ସାହି ନିବାସୀ ବିନୋଦିନୀ ଗୌଡ଼ ନୂତନ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ 1 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି. ସେହିପରି ପାରଳାଖେମୁଣ୍ଡି ସହରର ସତ୍ୟ ନାରାୟଣ ପଣ୍ଡା ଏବଂ ଭାରତୀ ପାଣିଗ୍ରାହୀ ମନ୍ଦିର ନିର୍ମାଣ କମିଟିକୁ 1 ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି. ମନ୍ଦିର ନିର୍ମାଣ କାର୍ଯ୍ୟରେ ଭକ୍ତଙ୍କ ଏଭଳି ସହଯୋଗ ଏବଂ ସହାୟତାର ହାତ ପ୍ରଦାନ କରି ଚାଲିଥିବାରୁ ମନ୍ଦିର ନିର୍ମାଣ କମିଟିର ସଦସ୍ୟ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ ସମସ୍ତ ସଦସ୍ୟ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି.