September 19, 2026

ସୁଭଦ୍ରା’ ଖୋଲିଦେଲା ଗାଁ ଗୁମର; ଧରାପଡିଲା ପ୍ରଶାସନର ତ୍ରୁଟି

IMG-20250326-WA0003
Share

 

ସୁଭଦ୍ରା ଧରିଛି ରାଜସ୍ବ ବିଭାଗର ତ୍ରୁଟି । ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୫୧ ହଜାର ୩୪୯ ଗାଁ ମଧ୍ୟରୁ ୩ ହଜାର ୮୧ ଗାଁରୁ କେହି ଆବେଦନ କରିନଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି।

 

ସୁଭଦ୍ରା ଧରିଛି ରାଜସ୍ବ ବିଭାଗର ତ୍ରୁଟି । ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୫୧ ହଜାର ୩୪୯ ଗାଁ ମଧ୍ୟରୁ ୩ ହଜାର ୮୧ ଗାଁରୁ କେହି ଆବେଦନ କରିନଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି। ବ୍ୟାପକ ପ୍ରଚାର ସତ୍ତ୍ବେ ଏତେ ଗାଁରୁ ସୁଭଦ୍ରା ପାଇଁ ଆବେଦନ ନଆସିବା ନେଇ ବାଲେଶ୍ବର ଜିଲ୍ଲାରେ ସ୍ଥିତି ପରଖିବା ବେଳେ ଫିଟିଛି ଗାଁର ଗୁମର।

 

‘ସୁଭଦ୍ରା’ ଖୋଲିଦେଲା ଗାଁ ଗୁମର

ଧରାପଡିଲା ପ୍ରଶାସନର ତ୍ରୁଟି

ବାଲେଶ୍ଵର ଜିଲ୍ଲାର ୨୨୯ ଗାଁର କୌଣସି ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି । ଏଭଳି କିଛି ଗାଁ ହେଲା ନୀଳଗିରି ବ୍ଲକ୍ ଧରମପୁର ପଞ୍ଚାୟତର ପଲସା ଓ ମାଛ ଗାଁ । ଏଠି ସବୁଆଡ଼େ ଖାଲି ବିଲ, ନାଳ ଓ ପୋଖରୀ । ଘର ନାହିଁ କି ଲୋକନାହାନ୍ତି। ଆଖପାଖ ଗାଁର ଲୋକଙ୍କୁ ପଚାରିବାରୁ ଜଣାପଡ଼ିଛି ଯେ, ସରକାରୀ ରେକର୍ଡରେ ଏସବୁ ଗାଁ ବାବଦରେ ଉଲ୍ଲେଖ ଅଛି । ପ୍ରକୃତରେ କୌଣସି ଗାଁ ନାହିଁ କି କେହି ଲୋକ ରହୁନାହାନ୍ତି ।

 

ସରକାରୀ ରେକର୍ଡରେ ଗାଁ

ଘର ନାହିଁ କି ଲୋକ ନାହାନ୍ତି

ଲୋକଙ୍କ କହିବା କଥା, ଚକବନ୍ଦୀ ସମୟରୁ ରେକର୍ଡରେ ଭୁଲରେ ଏସବୁ ଗାଁର ନାଁ ଉଲ୍ଲେଖ ରହିଛି। ରାଜସ୍ବ ବିଭାଗର ତତ୍କାଳୀନ ଅଧିକାରୀ କରିଥିବା ତ୍ରୁଟିକୁ ଏପର୍ଯ୍ୟନ୍ତ ସଂଶୋଧନ କରାଯାଇନାହିଁ । ଘର ନଥିବାରୁ ଓ ଲୋକ ରହୁନଥିବା ଏସବୁ ଅଞ୍ଚଳକୁ ବେଛପରି ଗାଁ କୁହାଯାଏ । ସୁଭଦ୍ରା ଯୋଜନା ପାଇଁ କେହି ଆବେଦନ କରିନଥିବା ଗାଁ ତାଲିକାରେ ଏସବୁ ଗାଁ ରହିଛି । ଆଉ ଲୋକ ନଥବାରୁ ଆବେଦନ କରିବ କିଏ ବୋଲି ପାଲଟା ପ୍ରଶ୍ନ କରିଛନ୍ତି।

 

ଦୀର୍ଘବର୍ଷ ଧରି ବାଲେଶ୍ବର ଜିଲ୍ଲାରେ ରାଜସ୍ବ ବିଭାଗ ରେକର୍ଡରେ ଗାଁରେ ନାଁ ନେଇ ଏଭଳି ତ୍ରୁଟି ଏବେ ସୁଭଦ୍ରା ଯୋଜନା ଆବେଦନପତ୍ର ଯାଞ୍ଚ ବେଳେ ସାମ୍ନାକୁ ଆସିଛି । କେବଳ ବାଲେଶ୍ବର ଜିଲ୍ଲା ନୁହେଁ, ରାଜ୍ୟର ୩ହଜାର ୮୧ ଗାଁରୁ ସୁଭଦ୍ରା ପାଇଁ ଆବେଦନ କରାନଯିବା ପଛରେ ଏଭଳି ତ୍ରୁଟି ନାହିଁ ତ ?