ନୀଳଚକ୍ର ଲୋକାର୍ପିତ ଓ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ-୨୦୨୫ ଉଦଯାପିତ..

କୁଜଙ୍ଗ/ରାହାମା ତା୨୫/୦୩/୨୫-
ଗତ ମାର୍ଚ୍ଚ ୧୭ ତାରିଖରୁ ରାହାମା କଲେଜ ପଡ଼ିଆଠାରେ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ-୨୦୨୫ ଓ ପଞ୍ଚକୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ବୈଦିକ ରୀତିନୀତି ଅନୁସାରେ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି କାଶୀ ବାରାଣସୀ ସୁମେରୁ ପୀଠ ପିଠାଧିଶ୍ବର ଅନନ୍ତ ବିଭୂଷିତ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନରେନ୍ଦ୍ରାନନ୍ଦ ସରସ୍ବତୀ ଯୋଗଦାନ କରି ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କ ଗହଣରେ ପଞ୍ଚକୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ରେ ପୂର୍ଣ୍ଣାହୁତି ପ୍ରଦାନ କରି ଚାରିଧାମ ଦର୍ଶନ ସହ ପଞ୍ଚସଖା, ବିଭନ୍ନ କଳାକୃତି, ଚବିଶ ବେଶ, ଛପନ ଭୋଗ ଓ ମହାପ୍ରଭୁଙ୍କ ବିଭନ୍ନ ପ୍ରକାର ମାନବୀୟ ଲୀଳାର ପ୍ରଦର୍ଶନୀ ବୁଲି ଦେଖିଥିଲେ। ପ୍ରଥମେ ହରିବୋଲ ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ପରିବେଶରେ ଶ୍ରୀମଦ୍ ଶଙ୍କରାଚାର୍ଯ୍ୟ ଜୀଙ୍କୁ ମହୋତ୍ସବ ସ୍ଥଳକୁ ସ୍ବାଗତ ଜଣାଇଥିଲେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ଭକ୍ତ ମଣ୍ଡଳୀ। ଅନୁଷ୍ଠାନର ଧାରାବାହିକ ପ୍ରବକ୍ତା ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସହ ଆନ୍ତର୍ଜାତୀୟ କୃଷ୍ଣ ଚେତନା ସଂଘ ଆଞ୍ଚଳିକ ସମ୍ପାଦକ ବାବା ବନମାଳୀ ଦାସ, ଜୁନା ଆଖଡ଼ା ରାଜ୍ୟ ମୁଖ୍ୟ ବାବା ବିଷ୍ଣୁ ଗିରି, ଖଣ୍ଡଗିରି କୁମ୍ଭମେଳା ସଭାପତି ବାବା ପଞ୍ଚଦେବ, ଟିକିରି ମଠ କେନ୍ଦ୍ରାପଡ଼ା ବାବା ବୈକୁଣ୍ଠ ନାଥ ଦାସ,ସ୍ବାମୀ ସ୍ମୃତି ସାଗରାନନ୍ଦ ସରସ୍ବତୀ, ଡ ଧୃତିଧର ଦାସ, ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଧୁସନ୍ଥ, ବ୍ରାହ୍ମଣ, ବୈଷ୍ଣବ, ସମାଜସେବୀ ତଥା ବିଶିଷ୍ଟ ଶିକ୍ଷାବିତ୍ ମାନଙ୍କ ସହ ବିଶିଷ୍ଟ ବ୍ୟବସାୟୀ ମାଣିକଲାଲ ମାହେଶ୍ୱରୀ,ମହୋତ୍ସବ କମିଟିର ସଭାପତି ଚୈ।ଧୁରୀ ପ୍ରଞ୍ଜାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମହୋତ୍ସବ କମିଟି ର ମୁଖ୍ୟ ସଂଯୋଜକ ତଥା ସମ୍ପାଦକ ଡ଼ ସୁନାକର ବେହେରା ସ୍ବାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ସ୍ବତନ୍ତ୍ର ସ୍ମରଣିକା ନୀଳଚକ୍ର ଶ୍ରୀମଦ୍ ଶଙ୍କରାଚାର୍ଯ୍ୟ ଜୀଙ୍କ କରକମଳରେ ମୁଖ୍ୟ ସମ୍ପାଦକ ପ୍ରଫେସର କବିଚନ୍ଦ୍ର ବେହେରା, ସମ୍ପାଦକ ଅକ୍ଷୟ କୁମାର ସାହୁ ଓ ସମ୍ପାଦନା ମଣ୍ଡଳୀର ସଭ୍ୟ ମାନଙ୍କ ସହଯୋଗରେ ଲୋକାର୍ପିତ ହୋଇଥିଲା। ପ୍ରାୟ ଏକ ଘଣ୍ଟା ଧରି ଉପସ୍ଥିତ ସମଗ୍ର ଭକ୍ତ ସମାଜକୁ ନିଜର ଆଶୀର୍ବଚନ ପ୍ରଦାନ କରି ସନାତନ ହିନ୍ଦୁଧର୍ମର ମହାନତା ଓ ବିଶାଳତା ଉପରେ ବୈଦିକ ଆଧାରିତ ଆଧ୍ୟାତ୍ମିକ ତଥ୍ୟ ମାନ ଉପସ୍ଥାପନ କରି ମାତୃ ସମ୍ମାନ, ଗୋସୁରକ୍ଷା ଓ ଧର୍ମାନ୍ତରୀକରଣ କୁ ତୁରନ୍ତ ବନ୍ଦ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ମାନ ନେବା ସହ ବିଶ୍ଵଶାନ୍ତି ଓ ସ୍ଥିରତା ସ୍ଥାପନ ପାଇଁ ସନାତନ ଧର୍ମ ହିଁ ଏକମାତ୍ର ବିକଳ୍ପ ବୋଲି ଦର୍ଶାଇ ସମଗ୍ର ମାନବ ସମ୍ବଳର ସୁବିନିଯୋଗ ପାଇଁ ଆହ୍ୱାନ ଦେଇଥିଲେ। ସଭା ମଞ୍ଚରେ ଅନୁଷ୍ଠାନର ପ୍ରମୁଖ କର୍ମକର୍ତ୍ତା ମାନଙ୍କ ସହ ବିଭିନ୍ନ ବ୍ୟକ୍ତି ବିଶେଷମାନଙ୍କୁ ବିଶେଷ କରି ବ୍ୟାସ ଫାଉଣ୍ଡେସନ ତରଫରୁ ମୁଖ୍ୟ ସଂଯୋଜକ ଡ଼ ସୁନାକର ବେହେରା ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ପ୍ରମୋଦିନୀ ବେହେରାଙ୍କୁ ଶଙ୍କରାଚାର୍ଯ୍ୟ ସ୍ବାମୀଜୀ ନିଜେ ସମ୍ବର୍ଦ୍ଧିତ କରିବା ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ। ବିଭିନ୍ନ ସ୍କୁଲରୁ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ, ବକ୍ତୃତା ଆଦି ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଂକୁ ଶ୍ରୀମଦ୍ ଶଙ୍କରାଚାର୍ଯ୍ୟଜୀ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ। ଧାରାବାହିକ ପ୍ରବକ୍ତା ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ପ୍ରବଚନ ପ୍ରଦାନ ପରେ ଏହି ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଥିଲା। ଏଥିରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସର୍ବଶ୍ରୀ ମନୋହର ସ୍ବାଇଁ, ଶରତ ଚନ୍ଦ୍ର ସାହୁ, ଅକ୍ଷୟ କୁମାର ସାହୁ, ପ୍ରଦୀପ୍ତ କୁମାର ସାହୁ, ବିନୋଦ ଚନ୍ଦ୍ର ବରାଳ, ଦିଲ୍ଲୀପ କୁମାର ସେନାପତି, ଜୟନ୍ତ କୁମାର ମହାନ୍ତି, ଭିକାରୀ ଚରଣ ସେନାପତି, ସରୋଜ କୁମାର ଦାସ, ବଂଶୀଧର କୁଣ୍ଡୁ, ଦେବାଶିଷ ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରି ସମସ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ। ଶେଷରେ ଉପସ୍ଥିତ ହଜାର ହଜାର ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନୁଷ୍ଠାନ ତରଫରୁ ମହାପ୍ରସାଦର ସୁବନ୍ଦୋବସ୍ତ ହୋଇଥିଲା,। ଶାରଦା ପ୍ରସନ୍ନ ପରିଜାଙ୍କ ରିପୋର୍ଟ