September 19, 2026

ରାଜଧାନୀରୁ ନକଲି ପୁଲିସ ସବ୍‌-ଇନସ୍‌ପେକ୍ଟର ଗିରଫ ,

IMG-20250325-WA0061
Share

ଭୁବନେଶ୍ୱର ( ଦେବାଶିଷ ଦାଶ )
କମିସନରେଟ୍ ପୁଲିସ ଜଣେ ନକଲି ପୁଲିସ ସବ୍‌-ଇନସ୍‌ପେକ୍ଟରକୁ ଗିରଫ କରିଛି।
ଗିରଫ ଯୁବକଙ୍କ ନାମ ମାନସ ରଞ୍ଜନ ସେନାପତି।
ସହିଦ ନଗର ଅଞ୍ଚଳରେ ନାଇଟ୍‌ ବ୍ଲକିଂ ଚେକିଂ ବେଳେ ମାନସ ରଞ୍ଜନ ସେନାପତିକୁ ଧରିଛି ପୁଲିସ
ତାଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ହୋଇଥିବା ବେଳେ ଭୁବନେଶ୍ୱରରେ ଖାରବେଳନଗର ଥାନା ଅଞ୍ଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲେ। ମାନସ ନକଲି ପୁଲିସ ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲେ। ତାଙ୍କ ନିକଟରୁ ପୁଲିସ ୟୁନିଫର୍ମ, ନକଲି ନିଯୁକ୍ତି ପତ୍ର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୁଲିସ ଆଇ-କାର୍ଡ , କାର, ମୋବାଇଲ ଫୋନ ଆଦି ଜବତ ହୋଇଛି l ନିଜକୁ ପୁଲିସ କହି ଅନେକ ଲୋକଙ୍କୁ ଚାକିରି କରିଦେବ ବୋଲି କହି ଠକିଥିବା ଅଭିଯୋଗ
ହୋଇଛି
ଏବେ ନକଲି ପୁଲିସ ମାନସ ସହିଦ ନଗର ଥାନା ପୁଲିସ ହେପାଜତରେ ରହିଛି ।
କେତେଜଣଙ୍କୁ ମାନସ ଠକିଛନ୍ତି ଓ କେତେ ଟଙ୍କା ଠକିଛନ୍ତି ସେନେଇ କୌଣସି ସୂଚନା ମିଳିପାରିନାହିଁ ।