April 24, 2026

ସମ୍ପର୍କ ହୃଦୟର ଅଶାର ଆଲୋକ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

IMG-20250511-WA0011
Share

 

ଅନୁଗୋଳ : ରାଜ୍ୟରେ ଅନେକ ସମୟରେ ରକ୍ତ ଅଭାବ ଯୋଗୁ ପ୍ରତ୍ୟକ ଦିନ କାହାରି ନା କାହାରି ଜୀବନ ଯାଉଛି। କିଛି ସ୍ବେଛାସେବୀ ସଂଗଠନ ମାନଙ୍କ ଦ୍ୱରା ମଧ୍ୟ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କିରିବା ନଜର ଆସିଛି। ଏହି ପରିପ୍ରେକ୍ଷୀରେ ସମ୍ପର୍କ ହୃଦୟର ଆଶାର ଆଲୋକ ଟ୍ରଷ୍ଟ ତରଫରୁ ଶନିବାର ଦିନ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଠାରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଡାକ୍ତର ବିଶ୍ୱଜିତ୍ ସାମଲ, ସମ୍ମାନୀୟ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ଶ୍ରୀମତୀ ପଦ୍ମାକ୍ଷ୍ମୀ ସିଂ, ଡାକ୍ତର ଚିନ୍ମୟୀ ଦାସ୍, ଶ୍ରୀମତୀ କୌସଲ୍ୟା ସାହୁ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉର୍ସାହିତ କରିଥିଲେ। ରକ୍ତ ସଂଗ୍ରହରେ ମେଡିକାଲ କର୍ମକର୍ତ୍ତା ଡାକ୍ତର ସତ୍ୟବ୍ରତ ପାଟଯୋଷି, ହରିଚନ୍ଦନ ଜେନା, ମଞ୍ଜୁଲତା ଶତପଥୀ, ଭରତ କୁମାର ସାହୁ, ରମେଶ ମାଝୀ, ଡ଼୍ରାଇଭର ସୁକାନ୍ତ ସାହୁ। ଉପସ୍ଥିତ ଥିଲେ। ସମ୍ପର୍କ ହୃଦୟର ଆଶାର ଆଲୋକ ଟ୍ରଷ୍ଟର ସଭାପତି ଅନ୍ତର୍ଯ୍ୟାମୀ ବରାଳ, କୋଷାଦକ୍ଷ ସସ୍ମିତା ବରାଳ,ମ୍ୟାନେଜର ରାଜକିଶୋର ଚାନ୍ଦ, ସକ୍ରିୟ ସଭ୍ୟା ନିରୁପମା ଦାଶ ,ମାଳତୀ ସାହୁ , ରଶ୍ମିତା ବିଶ୍ଵାଳ, ସୁପ୍ରଭା ସାହୁ, ଖୁଶବୁ ନାଥ ,ପ୍ରଜ୍ଞା ପ୍ରିୟଦର୍ଶିନୀ ବାଗରା ଓ ଶକ୍ତି ମୟୀ ପରିଡ଼ା ଉଭୟ ଶିବିରରେ ସହଯୋଗ କରିଥିଲେ। ଦୁଇଟି ଶିବିରରୁ ମୋଟ ୩୦ ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିବା ସୂଚନା।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ

You may have missed