June 17, 2026

ରଙ୍ଗ ଓ ଭାଇଚାରାର ପର୍ବ ହୋଲି…

holi
Share

 


ବୋଲଗଡ଼,(ଉପାନ୍ତ ଖବର): ରଙ୍ଗ ଓ ଭାଇଚାରା ର ପର୍ବ ହେଉଛି ହୋଲି। ପରଷ୍ପର ଭିତରେ ସ୍ନେହ,ଶ୍ରଧ୍ଧା,ଓ ଭଲ ପାଇବା ବାଣ୍ଟିବାର ପର୍ବ। ପ୍ରତ୍ୟେକ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପରଷ୍ପର ସହ ରଙ୍ଗ ଅବିର ବୋଳି ମିଠା ଖୁଆଇ ମସଗୁଲ ହେଉଛନ୍ତି ଲୋକେ। କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲି ଯାଆନ୍ତି ଜୀବର ଦୁଃଖ କଷ୍ଟ। ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯିବେ ନାଚ ଗୀତରେ।ଏହି ହୋଲି ପର୍ବ ସହ ଯୋଡି ହୋଇଛି ଅନେକ ପୌରାଣିକ ଗାଥା। ଭଗବାନ ଶ୍ରୀକୃଷ୍ଣ ଙ୍କର ଲୀଳା ଖେଳର ଅଂଶ ବିଶେଷ ହେଉଛି ଏହି ହୋଲି ପର୍ବ।ଏହି ପରିପ୍ରେକ୍ଷୀରେ ବୋଲଗଡ଼ ଅଞ୍ଚଳ ଓ ରାଜସୁନାଖଳା ଅଞ୍ଚଳ ରେ ଲୋକ ମାନେ ପ୍ରତିବର୍ଷ ଭଳି ଚଳିତ ହୋଲି ପର୍ବରେ ନାଚ ଗୀତ ଓ ମିଷ୍ଟାନ୍ନ ବଣ୍ଟନ କରିବାସହ ଭାଇଚାରା ସହ ଉତ୍ସବ କୁ ପାଳନ କରିଛନ୍ତି। ବର୍ଷକୁ ଥରେ ମାତ୍ର ହୋଲି ଆସୁଥିବାରୁ ଏଠାରେ ସମସ୍ତେ ଧୁମ୍ ଧାମ ରେ ହୋଲି ଉତ୍ସବ କୁ ପାଳନ କରିବାକୁ ଅପେକ୍ଷା କରିଥାନ୍ତି। ଆମ ସମାଜରେ ଥିବା ଅପସଂସ୍କୃତି ଓ ଅପକାର୍ଯ୍ୟରୁ ଦୁରେଇ ରହିବା ସହିତ ଆମ ସମାଜର ପୂର୍ବ ଗୌରବକୁ ଫେରାଇ ଆଣିବା ହୋଲି ପର୍ବର ମୁଖ୍ୟ ଲକ୍ଷ୍ୟ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)