March 7, 2026

ପ୍ରଥମ ପର୍ଯ୍ୟାୟରେ ୭୪୦୦ ଖଣ୍ଡ ମାଗଣା ପାଠ୍ୟପୁସ୍ତକ ବୁଗୁଡାରେ ପହଞ୍ଚିଛି 

IMG-20260226-WA0026
Share

 

ବୁଗୁଡ଼ା :ତା ୨୬/୦୨/୨୬ : ଆଗାମୀ ଶିକ୍ଷାବର୍ଷ ୨୦୨୬-୨୭ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ସମଗ୍ର ଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଯୋଗାଇ

ଦିଆଯାଉଥ‌ିବା ପାଠ୍ୟପୁସ୍ତକ ମଧ୍ୟରୁ କେତେକ ଶ୍ରେଣୀର ପୁସ୍ତକ ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି । ଆସନ୍ତା ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ବହି ବଦଳି ଯାଇ ନୂତନ ସଂସ୍କରଣରେ ପ୍ରକାଶିତ ବହିକୁ ନେଇ ପାଠ ପଢ଼ାଯିବ ବୋଲି ଜଣାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ୭୪୦୦ ଖଣ୍ଡ ବହି ପହଞ୍ଚିଥିବା ବେଳେ ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀର ଗଣିତ ଖେଳ ୧୩୦୦ ଖଣ୍ଡ , ଦ୍ବିତୀୟ ଶ୍ରେଣୀର ମଜାମଜାରେ ଗଣିତ ୧୪୫୦ ଖଣ୍ଡ , ତୃତୀୟ ଶ୍ରେଣୀର ଭାଷା ମହକ-୧ମ ଭାଗ ୧୫୦୦ ଖଣ୍ଡ , ଷଷ୍ଠ ଶ୍ରେଣୀର ସାହିତ୍ୟ ଶୁଦ୍ଧା ୧୭୫୦ ଖଣ୍ଡ , ହିନ୍ଦୀ କଳିକା ୭୦୦ ଖଣ୍ଡ ଓ କୌଶଳ ବୋଧ ୭୦୦ ଖଣ୍ଡ ବହି ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ଯ ସମସ୍ତ ବହି ଆସିବାକୁଥିବା ବେଳେ ବାର୍ଷିକ ପରୀକ୍ଷା ପରେ ନୂତନ ଶିକ୍ଷାବର୍ଷ ବେଳକୁ ସ୍ଥାନୀୟ ଗୋଷ୍ଠୀଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ୧୧ଟି କ୍ଲଷ୍ଟର ମଧ୍ୟରେ ରହିଥିବା ୭୨ଟି ପ୍ରାଥମିକ, ୪୦ଟି ଉଚ୍ଚ ପ୍ରାଥମିକ ଓ ୧୮ଟି ଉଚ୍ଚ ବିଦ୍ୟାଳୟ ହିସାବରେ ମୋଟ ୧୩୦ଟି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢିବାକୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଏହି ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ ବୋଲି ବିଇଓ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି।