March 7, 2026

ଏନ୍ଏସି ପକ୍ଷରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ 

IMG-20260226-WA0024
Share

 

ବୁଗୁଡା : ୨୬/୦୨/୨୬ : ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବକାର୍ଯାଳୟ ପରିସରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଥିଲେ। ଏ ଅବସରରେ ବାର୍ଦ୍ଧକ୍ୟ , ବିକଳାଙ୍ଗ ଓ ବିଧବା ବର୍ଗର ୩୫ ଜଣ ହିତାଧିକାରୀଙ୍କୁ ନୂତନ ଭାବେ ଭତ୍ତା ପ୍ରଦାନ କରାଯାଇଥିଲା। କାର୍ଯ୍ଯନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଥିରେ ହିତାଧିକାରୀମାନଙ୍କ ସମେତ ବିଭିନ୍ନ ଓ୍ବାର୍ଡର ସଭ୍ଯ ଓ ସଭ୍ୟା, ଏନଏସି କର୍ମଚାରୀଗଣ ଉପସ୍ଥିତ ରହିଥିଲେ।