May 10, 2026

ପାରଳା ସହରର ପଟ୍ଟନାୟକ ବନ୍ଧ ସମୀକ୍ଷା କଲେ ବିଧାୟକ

IMG-20250226-WA0027
Share

 

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ସର୍ବ ପୁରାତନ ପୁଷ୍କରିଣୀ ମଧ୍ୟରେ ନାମ ରହିଥିଲା ପଟ୍ଟନାୟକ ବନ୍ଧ। ଦିନ ଥିଲା ହଜାର ହଜାର ଲୋକ ଗାଧୁଆ କାର୍ଯ୍ୟ ତଥା ଜିଲ୍ଲା ର ମତ୍ସ୍ୟଜୀବୀ ମାଛ ଚାଷ ପାଇଁ ଏହି ପୋଖରୀ ଉପରେ ନିର୍ଭର କରି ଆସୁଥିଲେ। ଜଣ୍ଡିସ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଏହି ପୋଖରୀ ରେ ଗାଧୋଇବା ଦ୍ଵାରା ରୋଗ ରୁ ମୁକ୍ତି ପାଇବା ବିଶ୍ୱାସ ସହରର ଲୋକଙ୍କ ମନରେ ରହିଛି। ଆଜି ପଟ୍ଟନାୟକ ବନ୍ଧ ଅବହେଳିତ ତଥା ଜୀର୍ଣ୍ଣ ସିର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଦଳ, ଘାସ ବୁଦା ଓ ଅଳିଆ ଆବର୍ଜ୍ଜନା ରେ ପୂର୍ଣ୍ଣ ଏହି ପଟ୍ଟନାୟକ ବନ୍ଧ। ପାରଳା ବିଧାୟକ ଇଂ ରୁପେଷ ପାଣିଗ୍ରାହୀ ପଟ୍ଟନାୟକ ବନ୍ଧ ଭ୍ରମଣ କରି ବନ୍ଧର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ।