September 25, 2026
IMG-20250226-WA0023
Share

ଭବାନୀପାଟଣା(ଧୀରଜ acharya):ଆଜି ଫାଲ୍ଗୁନ ମାସ, କୃଷ୍ଣ ପକ୍ଷ, ଚତୁର୍ଦଶୀ ତିଥି। ମାନ୍ୟତା ଅନୁଯାୟୀ ଏହି ତିଥିରେ ଭଗବାନ ଶିବ ତାଙ୍କର ନିରାକାର ରୂପରୁ ସାକାର ରୂପରେ ଜ୍ୟୋତିର୍ଲିଙ୍ଗ ଭାବରେ ଅବତରିତ ହୋଇଥିଲେ। ଏହି ତଥ୍ୟ ଅନୁସାରେ ଆଜିର ଦିନଟିକୁ ମହାଶିବରାତ୍ରୀ ରୂପେ ପାଳନ କରାଯାଏ।ଏହା ଭାରତ ତଥା ପୃଥିବୀର ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିର ଅଛି, ସେହି ସ୍ଥାନ ମାନଙ୍କରେ ପାଳନ କରାଯାଏ। ତଦନୁଯାୟୀ ଭବାନୀପାଟଣା ତଥା ଆଖ ପାଖ ଅଂଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକରେ ମହାଶିବରାତ୍ରୀ ମହାଆଡମ୍ବରରେ ପାଳନ କରାଯାଉଅଛି। ଆଜି ଭୋର ସକାଳୁ ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଲୁଅଛି। ଆଜିର ପବିତ୍ର ମହାଶିବରାତ୍ରୀରେ ଭକ୍ତମାନେ ରାତ୍ର ଉଜାଗର ଓ ଉପାସନା ପାଇଁ ମଧ୍ୟ ବିଭିନ୍ନ ମନ୍ଦିର ମାଙ୍କରେ ସୁ ବନ୍ଦୋବସ୍ତ କରାଯାଇଅଛି। ଆଜିର ଏହି ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ସମସ୍ତ ଓଡିଶାବାସୀଙ୍କୁ ଶୁବେଛା।

You may have missed