April 26, 2026

ମାଣିତ୍ରି ଠାରେ ଜୟ ଗୁରୁ ଦେବ ଙ୍କ ସତସଙ୍ଗ ଅନୁଷ୍ଠିତ …

jhgujguig
Share

 

ମାହାଙ୍ଗା _ଲଳିତଗିରି ପଂଚାୟତ ସ୍ଥିତ ମାଣିତ୍ରି ଗ୍ରାମରେ ଜୟ ଗୁରୁଦେବ ଙ୍କ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି ! ରାଜ୍ୟ ଅଧକ୍ଷ ପ୍ରଫେସର ଫକୀର ଚରଣ ଦାସ ସଭାପତିତ୍ୱ ରେ ଆୟୋଜିତ ସତସଙ୍ଗ ରେ ଅତିଥି ଭାବେ ସେବକରାମ ଛତରିଆ, ଲିଙ୍ଗରାଜ ବେହେରା, ଡ଼କ୍ଟର ସୁରଜ କୁମାର, ଲିଟୁ ମଙ୍ଗୁଆଳ, ଦେବକୀ ପରିଡା, ପର୍ଶୁରାମ ସାହୁ, ଶିବରାମ ମଙ୍ଗୁଆଳ, କ୍ଷେତ୍ରବାସି ଦଳାଇ, କନକଲତା ସାହୁ, ମାତାଜୀ ସାହୁ, ସାବିତ୍ରୀ ସାହୁ ପ୍ରମୁଖ ଯୋଗଦେଇ ଦେଶରେ ଆସୁଥିବା ମହାବିପତି କୁ କିପରି ଶାନ୍ତି ରଖାଯାଇ ପାରିବ ସେ ଉପରେ ବିଷଦ ଭାବେ ଆଲୋଚନା କରିଥିଲେ !ସତସଙ୍ଗ ର ମୁଖ୍ୟ ଲକ୍ଷ୍ୟ ହେଉଛି ଜୟଦେବ ଗୁରୁ ନାମ ଜପିବା କାରଣ ଏହି ନାମ ଜପିବା ଦ୍ୱାରା ସମସ୍ତ ବିପଦ ଟଳି ଯିବ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ କହିଥିଲେ ! ପ୍ରକାଶ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତ୍ରିଲୋକ୍ୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ !ଉକ୍ତ କାର୍ଯ୍ୟକ୍ରମ ରେ ଗିରିଧାରୀ ବେହେରା, କମଳା ବେହେରା,ଲିଲି ବେହେରା, ଚନ୍ଦନ ବେହେରା ଓ ଡଲି ବେହେରା ଙ୍କ ସମେତ ଅନୁଷ୍ଠାନ ର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପ୍ରବଚନ ଶୁଣିଥିଲେ ।