March 9, 2026

ସାରଳା ପବ୍ଲିକ ସ୍କୁଲରେ 77 ତମ ଜନରାଜ୍ୟ ଦିବସ ପାଳନ ..

IMG-20260126-WA0105
Share

       ତିର୍ତ୍ତୋଲ ତା 26/1/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର, ବସନ୍ତବଗିଚା ସ୍ଥିତ ସାରଳା ପବ୍ଲିକ ସ୍କୁଲ ପରିସରରେ 77 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ସ୍କୁଲ ପରିଚାଳନା କମିଟି ର ସଭାପତି ଲକ୍ଷ୍ମୀଧର ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ, ଏହି ଅନୁଷ୍ଠାନ ର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଆଜି ଡାକ୍ତର, ଇଞ୍ଜିନିଅର ଠାରୁ ଆରମ୍ଭ କରି ବହୁ ବଡ଼ବଡ଼ ପଦପଦପି ରେ ନିଯୁକ୍ତି ପାଇ, ପ୍ରତିଷ୍ଠିତ ହୋଇ ପାରିଛନ୍ତି l ତେଣୁ ପିଲାମାନେ ମନଦେଇ ପାଠପଢିବା ସହିତ ରାଷ୍ଟ୍ରଗଠନ କ୍ଷେତ୍ରରେ ମଧ୍ୟ ମନନିବେଶ କରିବାକୁ ଆହ୍ୱାନ ଦେଇଥିଲେ l ମୁଖ୍ୟବକ୍ତା ଭାବେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଆଜି ଦିନର ମହତ୍ତ୍ୱ ଓ ବିଶେଷତ୍ୱ ଉପରେ ବକ୍ତବ୍ୟ ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ, ଅଧ୍ୟକ୍ଷl ଜ୍ୟୋତିର୍ମୟୀ ସାହୁ ଙ୍କ ସମେତ କଳ୍ପନା ଜେନା, ସଙ୍ଗୀତl ମହାନ୍ତି, ସସ୍ମିତା ସାହୁ, ମୋନାଲିସା ରଣା, ସ୍ଥିତିପ୍ରଜ୍ଞ୍ୟା ରାଉଳ, ମିତାଲି ବେହେରା, ଆଟିଆ ସାକାରl ପରୱାନୀ, ପ୍ରମ୍ମୁଖ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ତୋଫାନ ଦାସ, ଅଜୟ ସେଠି,ରଶ୍ମିତା ଦାସ ଓ ଲକ୍ଷ୍ମୀପ୍ରିୟା କୁଅଁର ଙ୍କ ସମେତ ଅଭିଭାବକ ମାନେ ଉପସ୍ଥିତ ରହିଥିବା ବେଳେ ପିଲାମାନଙ୍କ ଦ୍ୱାରା ରାଷ୍ଟ୍ରୀୟ ଓ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରାଯାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର