March 9, 2026

ଆଦ୍ୟତ| ୨୬.୧.୨୦୨୬ ରିଖ ସମବାର ଦିନ ଆମ ଅନୁଷ୍ଠାନର ସଭାପତି ଶ୍ରୀ କୁଞ୍ଜବିହାରି ନାୟକଙ୍କ ସଭାପତିତ୍ୱରେ ଗୋବରା ବିଶ୍ଵ ଭାରତୀ ଆବାସିକ ବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

IMG-20260126-WA0068
Share

ଆଦ୍ୟତ| ୨୬.୧.୨୦୨୬ ରିଖ ସମବାର ଦିନ ଆମ ଅନୁଷ୍ଠାନର ସଭାପତି ଶ୍ରୀ କୁଞ୍ଜବିହାରି ନାୟକଙ୍କ ସଭାପତିତ୍ୱରେ ଗୋବରା ବିଶ୍ଵ ଭାରତୀ ଆବାସିକ ବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଉପଖଣ୍ଡସ୍ତରିୟ ଦୁରସଂଚାର ନିଗମ ଅଧିକାରୀ ଶ୍ରୀ ଗୌରିଶଙ୍କର ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସତ୍ୟପଥ ଏବଂ ନିସ୍ବାର୍ଥପର ସେବା ଆପଣାଇ ଶୃଙ୍ଖଳିତ ଆଚରଣକୁ ଆପଣେଇ ଉଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବହୁମୂଲ୍ୟ ଅଭିଭାଷଣ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀ ସନ୍ତୋଷ କୁମାର ବିଶ୍ଵାଳ ସମ୍ମାନୀତ ଅତିଥି ଭାବେ ଗୋବରା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ବିଭୁପାଦ ଜେନା,ସମାଜସେବୀ ଶ୍ରୀ ରାମକୃଷ୍ଣ ପାତ୍ର, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଚନ୍ଦ୍ରମଣୀ ଲେଙ୍କା, ଶ୍ରୀ ସୀତାକାନ୍ତ ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l

ବାର୍ଷିକ କ୍ରିଡା ଉତ୍ସବରେ ଏବଂ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ସଫଳତା ହାସଲ କରିଥିବା କୃତି ପ୍ରତିଯୋଗିମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଦ୍ଵାର | ପ୍ରଶଂସା ପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ମହେଶ୍ୱର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ , ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ |ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ