March 8, 2026

୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଟାଭାଡ଼ି ବିଦ୍ୟାଳୟ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବେ ପୁରସ୍କୃତ

IMG-20260126-WA0067
Share

 

 

ସୋନପୁର – ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ସୋନପୁର ସହରସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ,ପଟାଭାଡି ଜିଲ୍ଲା ର ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବରେ ଜିଲ୍ଲାପାଳ ଡ଼ ନୃପରାଜ୍ ସାହୁଙ୍କ ଠାରୁ ମାନ ପାତ୍ର ଓ ମେଡାଲ ଗ୍ରହଣ କରିଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ସନ୍ଧ୍ୟାରାଣୀ ମିଶ୍ର ନିଜର ଖୁସି ବ୍ୟକ୍ତ କରିବା ସହ ସବୁ ଶ୍ରେୟ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମିଶ୍ରଙ୍କ ଅବଦାନ,ଅଭିଭାବକ ତଥା SMC ସଭ୍ୟ ସଭ୍ୟା, ପିଲାଙ୍କ ଭଲ ପାଇବା ପାଇଁ ସମ୍ଭବ ହୋଇ ପାରିଛି। ଏହା ସହ ପ୍ରଧାନ ଶିକ୍ଷୟିତ୍ରୀ ଗଡଭିତର୍ କ୍ଲଷ୍ଟର ସି.ଆର.ସି.ସି.ଶ୍ରୀଯୁକ୍ତ ବୁଦ୍ଧଦେବ ସା, ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଫକିର ଚରଣ ଭୋଇଓ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପଣ୍ଡା ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଳ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ଙ୍କ ଠାରେ ନିଜର କୃତଜ୍ଞତା ଜ୍ଞାପନ କହିଛନ୍ତି।