May 11, 2026

ବୋଲଗଡ଼ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ। 

IMG-20250126-WA0069
Share

 

ବୋଲଗଡ଼,(ଉପାନ୍ତ ଖବର) :ପଲ୍ଲୀ ରୁ ଦିଲ୍ଲୀ ଯାଏ ସବୁଆଡେ ପାଳନ ହେଉଛି ୭୬ତମ ସାଧାରଣତନ୍ତ୍ର ଦିବସ ଚାରିଆଡ଼େ ତ୍ରିରଙ୍ଗା ଫର ଫର ଉଡ଼ି ଦେଶର ଗାଥା ଗୁଣଗାନ କରୁଛି। ଏହି ପରିପ୍ରେକ୍ଷୀରେ ବୋଲଗଡ଼ ଅଞ୍ଚଳରେ ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷା ଅନୁଷ୍ଠାନ ଗୁଡିକରେ ମହାସମାରୋହରେ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି। ବିଶେଷ କରି ସାଗରଗାଁ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟା ବିକାଶ ନିକେତନ, ଅଲଟ୍ରା ସ୍କୁଲ୍,ସାଗରଗାଁ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ରେ ମହାସମାରୋହରେ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ୭୬ତମ ସାଧାରଣ ତନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୬ନମ୍ବର ଜୋନର ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ ପତକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ। ଏବଂ ସାଗରଗାଁ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ରେ ଅତିଥି ମାନଙ୍କ ଗହଣରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶ୍ରୀଯୁକ୍ତ ରାୟଗୁରୁ ପୁରଷ୍କାର ବିତରଣ କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।