May 14, 2026

ଦନ୍ତାହାତୀକୁ ବୋମାମାଡ଼ ଅଭିଯୋଗ !

IMG-20250126-WA0067
Share

 

ସୁନ୍ଦରଗଡ଼ ( ଦେବାଶିଷ ଦାଶ )

ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କରୁଆ ବାହାଲ ଜଙ୍ଗଲରେ ଏକ ଦନ୍ତାହାତୀକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା ! ଲୋକଙ୍କ ଠାରୁ ଖବର ପାଇ ଉଜ୍ବଳପୁର ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦନ୍ତାର ଶୁଣ୍ଢରେ ବୋମା ବାଜିଥିବା ଲକ୍ଷ୍ୟ କରିଥିଲେ। କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇ ଥାଇପାରନ୍ତି ବୋଲି ସନ୍ଦେହ ହୋଇଥିଲା। ଲୋକଙ୍କ କହିବା କଥା- ଜଙ୍ଗଲରେ ଥିବା ‘#ବିଟ୍_ହାଉସ୍’ ମାନଙ୍କରେ କୈାଣସି ବନକର୍ମଚାରୀ ରହୁନଥିବା ଯୋଗୁଁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇବାପାଇଁ ସୁଯୋଗ ପାଇଲେ! ଲୋକଙ୍କ ଅଭିଯୋଗ ହେଉଛି, ଶୁଣ୍ଡରେ ବୋମାବାଜି ଆହାତ ହୋଇଥିବା ଦନ୍ତାର ଉପଯୁକ୍ତ ଚିକିତ୍ସା ହୋଇଥିଲେ ହୁଏତ ଦାନ୍ତାଟି ବଞ୍ଚିଯାଇଥାନ୍ତା! ଯେଭଳି ଯତ୍ନନେବା କଥା, ବନବିଭାଗ ନେଇ ନଥିଲେ। ସେଥିପାଇଁ ଦନ୍ତାଟି ନୀଜ ଜୀବନ କୁ ବଞ୍ଚାଇବାକୁ ସଂଘର୍ଷକରି ମୃତ୍ୟୁ ବରଣ କରିଛି,