ସଏଲ ଟେଷ୍ଟ କୁ ବିରୋଧ କରି ଗର୍ଜିଲେ ଚାଷୀ..

୧-ସଏଲ ଟେଷ୍ଟ କୁ ବିରୋଧ କରି ଏକତ୍ରିତ ହେବା ସହ ଗାର୍ଜିଲେ ଚାଷୀ, iocl ଏଠି କିଏ, ଇଡକୋ ଜମି ଅଧିଗ୍ରହଣ କରିବ ? iocl ଏଠି ଆସିବ ସଏଲ ଟେଷ୍ଟ କରିବି, କମ୍ପାନୀ ଓ ଚାଷୀ ମାନଙ୍କ ମଧ୍ୟରେ ଲାଗିଛି ମକଦ୍ଦମା ,୨- ୨୦୧୩ ଆଇନ୍ ରେ ଏକର ପିଛା ସଠିକ୍ କ୍ଷେତି ପୁରାଣ ଦେଉ କମ୍ପାନୀ,୩- ଏମିତି ଅନେକ ଦାବୀ ରହିଛି ଚାଷୀ ମାନଙ୍କର, ୪- କୋର୍ଟ ର ନିର୍ଦେଶ ନ ଆସିବା ଯାଏ ମାଟି ପରୀକ୍ଷଣ କରାଇ ଦେବୁନି କମ୍ପାନୀକୁ।ଏଭଳି ଗର୍ଜନ ଦେଖିବାକୁ ମିଳିଛି ଫତେପୁର ପଞ୍ଚାୟତ ପ୍ରତାପପୁର ର ମା ବରୁଣେଇ ମନ୍ଦିର ପ୍ରାଙ୍ଗଣରେ। ମା ବରୁଣେଇ କୃଷକ ଏକତା ମଞ୍ଚ ର ସଭାପତି ସଂଗ୍ରାମ କିଶୋର ରାଉତରାୟ ଙ୍କ ନେତୃତରେ ସ୍ଥାନୀୟ ଅଂଚଳର ଜମୀ ହରାଉଥିବା ଗ୍ରାମ ଓ ପଞ୍ଚାୟତ ତଥା ଗଣ୍ଡକିପୁର, ଫତେପୁର, ମଙ୍ଗରାଜପୁର, ସନ୍ତରା, ଜଳଧରପୁର, କାବଲପୁର, ପ୍ରତାପପୁର, ପୋଲେଇ ର ଶହ ଶହ ଚାଷୀ ଙ୍କୁ ନେଇ ମା ବରୁଣେଇ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ହୋଇଥିଲା। ଆମ ଜମି ଉପରେ କମ୍ପାନୀ ମାଟି ପରୀକ୍ଷଣ କରିବାକୁ ଆସିଥିଲା । ହେଲେ ଆମେ ବିରୋଧ କରି ପରୀକ୍ଷଣ କରିବାକୁ ଦେଲୁନି।
ଆମେ ପ୍ରକଳ୍ପ କୁ ବିରୋଧ କାରୁନୁ କିନ୍ତୁ ପ୍ରକଳ୍ପ ନିମନ୍ତେ ଜମି ହରାଉଥିବା ଚାଷୀମାନଙ୍କୁ ସେମାନଙ୍କ ଦାବି ମୁତାବକ ସମ୍ପୂର୍ଣ୍ଣ କ୍ଷତିପୂରଣ ସହ ନିଯୁକ୍ତି ନ ପାଇବା ପର୍ଯ୍ୟନ୍ତ ଅଧିଗୃହୀତ ଜମିରେ ମାଟି ପରୀକ୍ଷଣ ହେବାକୁ ଦେବୁ ନାହିଁ ବୋଲି କହିଛନ୍ତି ମା ବରୁଣେଇ କୃଷକ ଏକତା ମଞ୍ଚ ର ସଭାପତି ସଂଗ୍ରାମ କିଶୋର ରାଉତରାୟ। ଖାଲି ଅପେକ୍ଷା ୨୮ତାରିଖ କୋର୍ଟ ର ନିର୍ଦେଶକୁ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )