May 20, 2025
Share

 

 

🇮🇳୧-ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: କହିଲେ, ବିଶ୍ବରେ ନିଜର ସ୍ବତନ୍ତ୍ର ସ୍ଥାନ ଆଡ଼କୁ ଅଗ୍ରସର ହେଉଛି ଭାରତ।

 

🇮🇳୨-ଓଡ଼ିଶାରେ ପ୍ରଥମ, ୭୬ତମ ସାଧାରଣତନ୍ତ୍ର ଦିବସରେ ୧୦ ଦ୍ୱୀପରେ ଉଡିବ ତ୍ରିରଙ୍ଗା ।

 

🇮🇳୩-କାଳ ସାଜୁଛି ଘନ କୁହୁଡି: ଲୁଚିଯାଉଛି ରାସ୍ତାଘାଟ, ଦିଶୁନି ମୁହଁକୁ ମୁହଁ।ମର୍ଣ୍ଣିଂ ୱାର୍କ କରୁଥିବା ଲୋକଙ୍କ ପାଇଁ ମାରାତ୍ମକ ପାଲଟିଛି।

 

🇮🇳୪-୩୨ ହଜାର କୋଟିର ନିବେଶ : ରାଜ୍ୟରେ ୮ ପ୍ରକଳ୍ପକୁ ମଞ୍ଜୁରୀ, ୧୮ ହଜାର ନିଯୁକ୍ତି ସମ୍ଭାବନା

 

🇮🇳୫-ଓଡ଼ିଶାର ୧୯ ଜଣ ପୋଲିସ୍ ପାଇବେ ପଦକ, ୬ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର।

 

🇮🇳୬-ନବୀନଙ୍କ ଆର୍ଥିକ ପରିଚାଳନା ଦେଶର ଶ୍ରେଷ୍ଠ, ବିତ୍ତୀୟ ସ୍ଥିତି ସମ୍ପର୍କରେ ନୀତି ଆୟୋଗ ରିପୋର୍ଟରେ ହେଲା ଖୁଲାସା।

 

🇮🇳୭-ବଢ଼ିଲା ବରିଷ୍ଠ IPS ଅଫିସର ରୁପା ମିଶ୍ରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି, ପରବର୍ତ୍ତୀ ଆଦେଶ ଯାଏ ଅପେକ୍ଷା।

 

🇮🇳୮-ଭୁବନେଶ୍ୱର:ବିଜେପି ଘୋଷଣା କଲା ବିଭିନ୍ନ ଜିଲ୍ଲା ପାଇଁ ନୂଆ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ।

 

🇮🇳୯-ମାହାଙ୍ଗା ଡବଲ୍ ମର୍ଡର୍ ମାମଲା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୁଳମଣିଙ୍କ ପୁଅ, ବଢ଼ିପାରେ ପ୍ରତାପ ଜେନାଙ୍କ ଅଡ଼ୁଆ।

 

🇮🇳୧୦-ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର, କିଟରେ କାର୍ଯ୍ୟରତ ଅଛନ୍ତି ଅଦ୍ବୈତ ଚରଣ ଗଡ଼ନାୟକ।

 

🇮🇳୧୧-ଦୌଡ଼ିଲା ସାରା ଓଡ଼ିଶା, ୩୦ ଜିଲ୍ଲାରେ ଅନୁଷ୍ଠିତ ହେଲା କିଟ୍ ଓ କିସ୍ ତରଫରୁ ମିନି ମାରାଥନ।ଭୁବନେଶ୍ୱରେ ଆୟୋଜିତ ହେଲା ପାଟାଥନ ।

 

🇮🇳୧୨-ବରଗଡ଼ : କୁଚିଆ ମଦଭାଟି ଠିକା ପାଇଁ ଗୁଦୁରାମୁଣ୍ତା ଗାଁରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ , ୪ ଜଣ ଗୁରୁତର।

 

🇮🇳୧୩-ବ୍ରହ୍ମପୁର:ଷ୍ଟଡ଼ିଟୁର୍‌ରେ ଆସି ସମୁଦ୍ରରେ ଭାସିଗଲେ ଛାତ୍ର, କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ।

 

🇮🇳୧୪-କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଉପହାର, ୧ ଏପ୍ରିଲରୁ ଦେଶରେ ଲାଗୁ ହେବ UPS, ଜାରି ହେଲା ନୋଟିଫିକେସନ।

 

🇮🇳୧୫-କେନ୍ଦ୍ର ସରକାରଙ୍କ ଡିଜିଟାଲ ଭାରତ ନିଧି ଫଣ୍ଡ ମିଶନରେ BSNL ପକ୍ଷରୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ବସିବ ୧୫ଶହ ମୋବାଇଲ୍ ଟାୱାର।ନେଟୱର୍କ ପାଇଁ ଆଉ ଚଢିବାକୁ ପଡିବନି ଗଛ କି ପାହାଡ଼; ଅପହଞ୍ଚ ଇଲାକାରେ ମିଳିବ ନନଷ୍ଟପ୍ 4G ସେବା।

 

🇮🇳୧୬-ପୂରଣ ହେବ ନର୍ସିଂ ଅଫିସର; BECIL, ୧୭୦ଟି ପଦବୀ ପୂରଣ ହେବ।

 

🇮🇳୧୭-ମେଲବର୍ଣ୍ଣ ହାର୍ଡ କୋର୍ଟରେ ଭାଙ୍ଗିଲା ସବାଲେଙ୍କାଙ୍କ ରାଜୁତି, ଅଷ୍ଟ୍ରେଲିଆନ ଓପନ୍ ଜିତି ଇତିହାସ ରଚିଲେ ମାଡିସନ୍ କିଜ୍।

 

🇮🇳୧୮-ଚେନ୍ନାଇ:ଇଂଲଣ୍ଡକୁ ୨ ୱିକେଟ୍‌ରେ ହରାଇଲା ଭାରତ, ତିଲକଙ୍କ ଅର୍ଦ୍ଧଶତକ।

 

🇮🇳୧୯-ସାମୁଦ୍ରିକ ନିରାପତ୍ତା, ସାଇବର ସୁରକ୍ଷା ଓ ଆତଙ୍କବାଦ ମୁକାବିଲା ନେଇ ରାଜି ହେଲେ ମୋଦୀ-ସୁବିଆନ୍ତ।

 

🇮🇳୨୦-ଆଇସିସି ଘୋଷଣା କଲା ‘ଟି-୨୦ ଟିମ୍‌ ଅଫ୍‌ ଦ ଇୟର: ରୋହିତ ଅଧିନାୟକ, ବାଦ୍‌ ପଡ଼ିଲେ ବିରାଟ।

 

*🙏 ସୁପ୍ରଭାତ 🙏*

 

*🇮🇳ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା 💐*