March 11, 2026

ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ପୀରବାବାଙ୍କ ୫୧ତମ ବାର୍ଷିକ ଉର୍ତ୍ସବ ପାଳନ କରାଯାଇଛି …

i8u8o
Share


ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ମାଣିକା ଗ୍ରାମପଞ୍ଚାୟତ ଚିଲିକା କୂଳରେ ଅତି ମନୋରମ ପରିବେଶରେ ପୀରବାବା (ସୟଦ ଅବଦୁଲ ରହେମାନ ମଦିନା ଓଲି )ଙ୍କ ୫୧ତମ ବାର୍ଷିକ ଉର୍ତ୍ସବ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଭଗବାନ ପୁର ଗ୍ରାମ ସଭାପତି ଇସରତ ଅଲ୍ଲୀଙ୍କ ଅଧକ୍ଷତାରେ ସମ୍ପାଦକ ମତଲୁବ ମହମଦ, ଉପଦେଷ୍ଟା ମହମ୍ମଦ ନୁରୁଲ ହୋଦା ଓ ସାହାଜାତ ଅଲ୍ଲୀଙ୍କ ସହିତ ଗ୍ରାମର ସମସ୍ତ ସଦସ୍ୟ ପରିଚାଳନା କରିବାରେ ସହଯୋଗ କରିଥିଲେ l ଆଜି ଏକ ଚାଦର ଶୋଭାଯାତ୍ରା ରେ ହଜାର ହଜାର ଶ୍ରଦ୍ଧାଳୁ ଭଗବାନ ପୁର ଗ୍ରାମରୁ ବାହାରି ପିରାବାବାଙ୍କ ପୀଠରେ ପହଞ୍ଚିଥିଲେ l ପରେପରେ ସମସ୍ତ ଚାଦର ପୀରବାବାଙ୍କୁ ଅର୍ପଣ କରାଯାଇଥିଲା l ଓଡିଶାର ପୂର୍ବତନ ଯୋଜନା ବୋର୍ଡ ଅଧକ୍ଷ ସଞ୍ଜୟ କୁମାର ଦାସବର୍ମା, ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ସହିତ ବିଶିଷ୍ଟ ନାଗରିକ ମାନେ ପୀରବାବା ପୀଠରେ ପହଞ୍ଚି ଚାଦର ଅର୍ପଣ କରିବା ସହିତ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ l ଏହି କାର୍ଯ୍ୟକ୍ରମ ରେ ସାରା ଭାରତର ବିଭିନ୍ନ ରାଜ୍ୟରୁ ଦଶହଜାର ରୁ ଉର୍ଦ୍ଧ ମୁସଲିମ ପରିବାର ଅଂଶଗ୍ରହଣ କରିଛନ୍ତି l ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବା ସହିତ କବାଲି ପରିବେଷଣ କରାଯିବ।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)