March 8, 2026

୧୯୮୨=୮୩ମାସିହା, ସେତେବେଳେ ଭୁବନେଶ୍ୱର ଶ୍ରୀୟା ଛକ ନିକଟ ପ୍ରେସ୍ର କଲୋନୀ ରେ ଭିଣୋଇ ପାଖରେ ରହି ଜଗଦିଶ ପାଣି ଙ୍କ କ୍ୱାଲିଟି ପ୍ରେସ୍ ରେ କମ୍ପୋଜିଟର ଭାବେ କାମ କରୁଥାଏ

IMG-20251225-WA0103
Share

୧୯୮୨=୮୩ମାସିହା, ସେତେବେଳେ ଭୁବନେଶ୍ୱର ଶ୍ରୀୟା ଛକ ନିକଟ ପ୍ରେସ୍ର କଲୋନୀ ରେ ଭିଣୋଇ ପାଖରେ ରହି ଜଗଦିଶ ପାଣି ଙ୍କ କ୍ୱାଲିଟି ପ୍ରେସ୍ ରେ କମ୍ପୋଜିଟର ଭାବେ କାମ କରୁଥାଏ l ଭାଇ ଥାନ୍ତି ସରକାରୀ ପାଠ ଛାପା ଖାନରେ ମେକାନିକ l ଭାଇ ଙ୍କୁ ମିଳିଥିବା ସରକାରୀ କ୍ୟୁଆଟର ଠାରୁ ପ୍ରେସ୍ ଯିବା ବାଟରେ ପଡେ ଅଗ୍ରଣୀ ପ୍ରେସ l ତାହାର ମାଲିକ ଥାନ୍ତି ସେତେବେଳ ର ରାଜନେତା ହୃଦାନନ୍ଦ ମଲ୍ଲିକ l ତାଙ୍କ ପ୍ରେସ ପାଚେରୀ କାନ୍ଥକୁ ଲାଗି ଏକ ବୋଡ଼ ମରା ଯାଇଥାଏ, ଦୈନିକ ଖବର କାଗଜ ଦିନଲିପି ବୋଲି l କାରଣ ଦିନଲିପି ର ନିଜସ୍ୱ ପ୍ରେସ ନ ଥିବାରୁ ହୃଦାନନ୍ଦ ଶାର ଙ୍କ ଅଗ୍ରଣୀ ପ୍ରେସ ରେ ପେପର ଛପା ଯାଉଥିଲା l ତା ପରେ ଆଉ ଗୋଟେ ବୋଡ଼ ଥାଏ,ମାସିକ ପତ୍ରିକା ସକାଳ l ବର୍ତ୍ତମାନ ଯିଏ ଦୈନିକ ସକାଳ ପେପର ଅଟେ l ସେହି ସମୟ ଵା ପ୍ରେସ ଯିବା ଆସିବା ବାଟରେ ଦେଖା ହୁଅନ୍ତି ଦୁଲାଲ ମିଶ୍ର ଶାର l

ଦୁଲାଲ ଶାର ସେତେବେଳେ ଦୈନିକ ଖବର କାଗଜ ଦିନଲିପିର ର ସମ୍ପାଦକ ଦାୟୀତ୍ୱ ତୁଲାଉ ଥାନ୍ତି l

ଦୁଲାଲ ଶାରେ ମୋତେ ଦେଖି ଥରେ ପଚାରିଲେ ତୁମେ କ୍ୱାଲିଟି ପ୍ରେସ୍ ରେ କଣ କାମ କରୁଛ l ମୁଁ କହିଲି ହଁ,ମୁଁ କମ୍ପୋଜ, କରେ, କରେକ୍ସନ, କରେ, ପେଜ୍ ମେକପ କରେ ଇତ୍ୟାଦି l ତୁମେ ଦିନଲିପି ରେ କାମ କରିବ, ମୁଁ କହିଲି ମୁଁ ମୋ ଭିଣୋଇ କି ପଚାରେ ଆପଣଙ୍କୁ କହିବି l ଭାଇଙ୍କୁ ପଚାରିଲି, ଭାଇ କହିଲେ ଦରମା କେତେ ଦେବେ, ହଉ ମୁଁ ଆଜି ସନ୍ଧ୍ୟା ରେ ଦିନଲିପି ଯାଇ ବୁଝିଦେବୀ l ଭାଇ ସନ୍ଧ୍ୟା ରେ ଯାଇ ଦୁଲାଲ ଶାର ଙ୍କ ସହ କଥା ହୋଇ ଦରମା ଫାଇନାଲ କଲେ ମାସକୁ ୨୨୦ଟଙ୍କା l ମାସ ଶେଷରେ କ୍ୱାଲିଟି ପ୍ରେସ ଛାଡି,କାମ କଲି,ଦିନଲିପି ରେ l ଅ l ପ୍ରେସ୍ କଲୋନୀ ଘର ବୋଲି ଦୁଲାଲ ମିଶ୍ର ମୋତେ ଭଲ ପାଆନ୍ତି, ଓ ମୋର କାମ ପରଫେକ୍ଟ l ସମ୍ପର୍କ ବଢିଲା, ମୋର ଟୋକା ବେଳ, ବଡ଼ ବାବୁ ହୃଦାନନ୍ଦ ମଲ୍ଲିକ ସବୁ ବୁଝନ୍ତି l କିଛି ମାସ କାମ କଳା ଭିତରେ ଦୁଲାଲ ଶାର ଙ୍କୁ ତାଙ୍କ ଚାମ୍ବର ରେ ଯାଇ ଦେଖା କରି l କହିଲି ଆଜ୍ଞା, ଦରମା ଟିକେ କମ ହୋଇ ଗଲା ବଢ଼ାନ୍ତୁ, ମୋତେ କହିଲେ ମୁଁ ମାଲିକ ଦିନଲିପି ର ଅମରେନ୍ଦ୍ର ଦାସ ଙ୍କ ସଙ୍ଗେ କଥା ହୋଇ କହିବି l କିଛି ଦିନ ଅପେକ୍ଷା ପରେ ଦରମା ହେଲା ୨୫୦ ମାସିକ l କାମ ଚାଲିଥାଏ, ଠିକ ପାଞ୍ଚଟା ଭିତରେ ଯେପରି ପେପର ବାହାରି ଯିବ ଦୁଲାଲ ମିଶ୍ର ଙ୍କ କର୍ମ ଚାରି ଙ୍କୁ ସଦାବେଳେ ତାଗିଦ,କାରଣ ପେପର ପାର୍ସଲ ସବୁ ଟ୍ରେନ, ବସ୍ ଷ୍ଟାଣ୍ଡ ଯିବ l କେତେବେଳେ କେତେବେଳେ ଛୁଟି ଦେଖି ଭୋଜି ଭାତ ବି କରନ୍ତି l ସେହି ସମୟ ଭିତରେ ନଗେନ ବେଉରିଆ ଯେକି ଉତ୍କଳ ସାମ୍ବାଦିକ ସଂଘ ର ସଭାପତି ବୋଧେ ଥାନ୍ତି l ପ୍ରେସ ଜନ ଭାଷା ଆରମ୍ଭ କଲେ l କ୍ୱାଲିଟି, ଅଗ୍ରଣୀ, ଓ ଜନଭାଷା ଲଗାଲଗି ହୋଇ ଗୋଟିଏ ଜାଗାରେ ରହିଲେ l ଶୁଣିବାକୁ ପାଇଲୁ ନୂଆ ଖବର କାଗଜ ଜନଭାଷା ବାହାରିବ l ଜାନକୀବାବୁ ମଖ୍ୟ ମନ୍ତ୍ରୀ ଆସିବେ ଇତ୍ୟାଦି l କାମ କଲା ଭିତରେ ମୋତେ ଥରେ ତାଙ୍କ ଦିନଲିପି ରୁମ କୁ ଡାକିଲେ, କେହି ନଥାନ୍ତି, ସମୟ ଅପରାହ୍ନ ପାଞ୍ଚ ଘଟିକା ସେପଟେ l କହିଲେ ଦୁଃଶାସନ ଗୋଟେ କଥା କହିବି ମାନିବ l ମୁଁ ହଁ ମାରିଲି l ଜନଭାଷା ଯେଉଁ ନୂଆ ପେପର ବାହାରିବ ଆମେ ସେଠି କାମ କରିବା l ମୁଁ ରାଜି ହେଲି, ମୋତେ କହିଲେ ଆଉ ତୁମ କେତେକ ସାଙ୍ଗ ଙ୍କୁ କୁହ ଆମେ ସେଠି କାମ କରିବା, ଅଧିକ ଦରମା ମିଳିବ l ସେହି ନିଷ୍ପତି ଅନୁଯାୟୀ ଆମେ କେତେଜଣ ଶାର ଙ୍କ ସହ ମିଶି ନିର୍ଦିଷ୍ଟ ଦିନରେ ଜନଭାଷା ରେ ଯୋଗ ଦାନ କଲୁ l ହେଲେ, ଅଗ୍ରଣୀ ଓ ଦିନଲିପି ରୁ ମୋର ମୋହ ତୁଟି ନ ଥାଏ l ଦରକାର ବେଳେ ଓଭର ଟାଇମ କାମ ଆସି ଅଗ୍ରଣୀ ରେ କରେ l ଚାଲିଲା କାମ, ନଗେନ ବେଉରିଆ କୁ ଦୁଲାଲ ମିଶ୍ର , କିଛି ମାସ କାମ କଳା ଭିତରେ ଶାର ମୋତେ କହିଲେ ମୁଁ ଛାଡ଼ିଦେବି, ମୋର ଛନକା ପସିଗଲା l ପଚାରିଲି କାହିଁକି, ପରେ କହିବି, ବୋଲି କହିଲେ, ଜନଭାଷା ରେ କାମ କଳା ଭିତରେ ବିଶୃଙ୍ଖଳା ବି ସୃଷ୍ଟି ହେଲା l ତାରି ଭିତରେ ମୋତେ ସବୁ କଥା ପଚାରନ୍ତି, ଓ କୁହନ୍ତି,

ମୁଁ କେତେବେଳେ ଶାର ତ ଆଉ କେତେବେଳେ ଭାଇନା ବୋଲି ସମ୍ବୋଧନ କରେ, ଭାରି ଭଲ ପାନ୍ତି l ଯାହା ଦରକାର ହୁଏ ଶ୍ରୀୟା ଛକରୁ ମୁଁ ଯାଇ ଆଣେ l ସେହି ସମୟ ରେ ଦୁଲାଲ ଶାର ଜନଭାଷା ଛାଡି ଚାଲିଗଲେ l ଆଉ ପ୍ରେସ ଆସିଲେ ନାହିଁ l ମୁଁ ଓ ସହ ଯେଉଁ କେତେଜଣ ଛାଡି ଯାଇଥିଲୁ,ପୁଣି ଅଗ୍ରଣୀ ସହ ଅନ୍ୟ ଛାପା ଖାନା ରେ ଆସି କାମ କାଲୁ l ପରେ ଶୁଣିବାକୁ ପାଇଲି ଜେ ଶାର ବାଲେଶ୍ୱର ର ବିସ୍ମୟ ମହାନ୍ତି ଙ୍କ ଆଜିକାଲି ରେ କାମ କରୁଛନ୍ତି ନାଁ କଣ, ଏହା ପୂର୍ବରୁ କଳିଙ୍ଗ ମେଲ, ବିଶ୍ଵବାଣୀ ଆଦି ପେପର ସମ୍ପାଦନା କରି ସଫଳତାର ସହ କାର୍ଯ୍ୟ କରିଥିବାର ମୁଁ ଜାଣି ଥିବା ବେଳେ, ଫୋନ ନମ୍ବର ଟି ସଂଗ୍ରହ କରି ଫୋନ କରି କଥା ହୋଇଥିଲି l ଆଉ, ଦେଖା ସାକ୍ଷାତ ହେବା ସମ୍ଭବ ନ ଥିବା ବେଳେ ତଥାପି ସେତେବେଳେ ଯେଉଁମାନେ କାମ କରୁଥିଲେ, କେତେବେଳେ କେମିତି ଦେଖା ହେଲେ ପଚାରେ ସାର ଙ୍କ କଥା l ହେଲେ,ମୃତ୍ୟୁ ଏହି ଚଳିତ ସପ୍ତାହ ରେ ନିଭିର୍ନ୍ନ ମିଡ଼ିଆରୁ ଜାଣିବାକୁ ପାଇଲି, l ଖବର ଜାଣିଲା ପରେ ଦୁଃଖରେ ଭାଙ୍ଗି ପଡି ଥିଲି, ଆଖିରୁ ଦୁଇ ଧାର ଲୋତକ ବୋହି ପଡିଥିଲା l ତାପରେ ଭାଇ ରମେଶ ସ୍ୱାଇଁ ଙ୍କୁ ଫୋନ କରି ପଚାରିଲି, ସେ ଭୁବନେଶ୍ୱର ପୁସ୍ତକ ମେଳା ନେଇ ବ୍ୟସ୍ତ ଥିଲେ ମଧ୍ୟ କିଛି ସମୟ କଥା ହେଲେ ଓ ସାର ଙ୍କ ନେଇ ଦୁଃଖ ପ୍ରକାଶ କଲେ l ମୋ ଦେଖିବାରେ ଦୁଲାଲ ଶାର ଙ୍କ ସମ ଶାମୟିକ ବ୍ୟକ୍ତି ଯେକି ହୃଦାନନ୍ଦ ମଲ୍ଲିକ, ଜଗଦୀଶ ପାଣି, ଗୋପାଳ ମିଶ୍ର, ଡ଼କ୍ଟର, ଜଗନ୍ନାଥ ମହାପାତ୍ର, ନଗେନ ବେଉରିଆ, ବହୁ ଦିନରୁ ଚାଲି ଗଲେଣି l ଶେଷକୁ ଶାର ଥିଲେ, ଶେ ମଧ୍ୟ ଚାଲି ଗଲେ l ତାଙ୍କ ଭଳି ମଣିଷ ମିଳିବା ବିରଳ l ସାମାଜିକ ହେଉ କି ବିଭିର୍ଣ୍ଣ କାର୍ଯ୍ୟକ୍ରମ ହେଉ ମୋ ଦେଖିବାରେ ଶାର ଥିବେ ଆଗରେ l ଓଡିଶା ସାମ୍ବାଦିକ ଜଗତର ଅନ୍ୟତମ ବିନ୍ଧାଣୀ, ସିନା ନାହାନ୍ତି, ହେଲେ ଛାଡି ଯାଇଛନ୍ତି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ଅନେକ ଛୋଟ ବଡ଼ ବିନ୍ଧାଣି l ଯେଉଁଠି ଥାଅ ଭଲରେ ଥାଅ l ଶେଷରେ ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ବିଦାୟ ନେଉଛି 🙏🙏🙏l

 

ଦୁଃସାଶନ ନାୟକ, ପୁରୁଖା ଗଣମାଧ୍ୟମ ପ୍ରତିନିଧି, ଅସ୍ତରଙ୍ଗ, ପୂରୀ l