April 25, 2026

ସୋସିଆଲ ମିଡ଼ିଆ ପ୍ରଭାବରେ ଅଲୋଡା ହୋଇଛି ଗ୍ରୀଟିଙ୍ଗ କାର୍ଡ 

IMG-20251225-WA0077
Share

ବୁଗୁଡ଼ା : ତା ୨୫/୧୨/୨୫ : ସମ୍ପ୍ରତି ସୋସିଆଲ

ମିଡିଆର ପ୍ରଭାବରେ ଗ୍ରୀଟିଙ୍ଗ୍ କାର୍ଡ ଅଲୋଡା ହୋଇ

ପଡିଛି । ଏଇ କେତେ ବର୍ଷ ଆଗରୁ ଗ୍ରାମୀଣ ଓ ସହରୀ

ପିଲାଙ୍କ ମଧ୍ୟରେ ଗ୍ରୀଟିଙ୍ଗକୁ ନେଇ ପ୍ରବଳ ଉତ୍ସାହ

ଦେଖିବାକୁ ମିଳୁଥିଲା। ଶୀତ ଛୁଟି ହେବା ପୂର୍ବରୁ ନିଜ

ନିଜର ବନ୍ଧୁବାନ୍ଧବଙ୍କ ମଧ୍ୟରେ ଗ୍ରୀଟିଙ୍ଗ ଦିଆନିଆ

ଆରମ୍ଭ ହୋଇଯାଉଥିଲା । ଦେବାଦେବୀ, ଖେଳାଳୀ

ସିନେତାରକା, କାର୍ଟୁନ୍ ଆଦିର ଫଟୋ ଥିବା ଗ୍ରୀଟିଙ୍ଗ

ପ୍ରେରଣ କରାଯାଉଥିଲା । ଗ୍ରୀଟିଙ୍ଗ ଆଦାନ ପ୍ରଦାନରେ

ନିଜର ପ୍ରିୟଜନଙ୍କ ମଧ୍ୟରେ ରହିଥିବା ଆବେଗକୁ

ପ୍ରକାଶ କରୁଥିଲା । ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ

ଶୁଭେଚ୍ଛା ଜଣାଇବାର ନିଆରା ମାଧ୍ୟମ ଥିଲା ଏହି

ଗ୍ରୀଟିଙ୍ଗ କାର୍ଡ । ଏବେ ତାହା ଆଉ ଦେଖିବାକୁ ମିଳୁନି ।

ତାହାର ସ୍ଥାନ ନେଇଛି ସାମାଜିକ ଗଣମାଧ୍ୟମ ।

ଅଧିକାଂଶଙ୍କ ପାଖରେ ମୋବାଇଲ୍ ରହିଥିବା ବେଳେ

ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ , ଟ୍ବିଟର୍ ଆଦି

ଜରିଆରେ ଏବେ ସେମାନେ ଶୁଭେଚ୍ଛା ଜଣାଉଥିବାରୁ

ଗ୍ରୀଟିଙ୍ଗ କାର୍ଡ ଅଲୋଡା ହୋଇ ପଡିଛି । ଆଜିର ଯୁବପିଢିଙ୍କ କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଚାହିଦା

ବହୁ ଗୁଣରେ ବୃଦ୍ଧି ପାଇଥିବା ବେଳେ ହାତରେ ଥିବା

ସ୍ମାର୍ଟଫୋନର ଭରପୁର ଫାଇଦା ଉଠାଉଛନ୍ତି ।

ଏବେ ସେମାନେ ନୂଆଁ ଢାଞ୍ଚାରେ ନିଜକୁ ଖାପ ଖୁଆଇ

ଆଗକୁ ବଢି ଚାଲିଥିବା ବେଳେ ହାତ ଲେଖା ଗ୍ରୀଟିଙ୍ଗ

ପ୍ରେରଣ ପରମ୍ପରା ପ୍ରାୟ ଲୋପ ପାଇବାକୁ ବସିଲାଣି ।

ପୂର୍ବେ ନୂଆଁ ବର୍ଷର ଏକ ମାସ ଆଗରୁ ବୁଗୁଡ଼ା ସହରର

ବିଭିନ୍ନ ସ୍କୁଲରେ ଗ୍ରୀଟିଙ୍ଗ ପସରା ଦେଖିବାକୁ ମିଳୁଥିଲା

ବେଳେ ଚଳିତ ବର୍ଷ ଗୋଟିଏ ହେଲେ ବି ଦୋକାନରେ

ନୂଆଁ ଗ୍ରୀଟିଙ୍ଗ ନଥିବା ଦେଖିବାକୁ ମିଳୁଛି । ପୁରୁଣା

ତେଜହୀନ ଗ୍ରୀଟିଙ୍ଗ କେଉଁଠି ଟଙ୍ଗା ହୋଇଥିଲେ ବି

ଲୋକେ ସେଥି ପ୍ରତି ନଜର ପକାଉ ନାହାନ୍ତି । ଆଗ ଭଳି ଏବେ ଗ୍ରୀଟିଙ୍ଗ୍ କାର୍ଡ ବିକ୍ରି ହେଉ ନ ଥିବାରୁ ବେପାରୀମାନେ ଆଉ ଗ୍ରୀଟିଙ୍ଗ୍ କାର୍ଡ ଆଣି ନ ଥିବା କହିଛନ୍ତି । ତେବେ ଏହା ଏବେ ବିଲୁପ୍ତ ପରମ୍ପରା ପରିଣତ ହେବାକୁ ଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।