March 8, 2026
IMG-20251225-WA0063
Share

 

 

 

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଫୌଜଦାରୀ ୪୨୦ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ଗାନ୍ଧୀନଗର ଅଞ୍ଚଳର ମନୋରଞ୍ଜନ ନାହାକ । ଗୁରୁବାର (୧୮ ତାରିଖ) ଏହି ମାମଲାରେ ତାଙ୍କୁ ଦୋଷମୁକ୍ତ କରିଛନ୍ତି ଜଟଣୀ ‘ଜେଏମଏଫସି’ କୋର୍ଟ । କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ମନୋରଂଜନ ଓ ତାଙ୍କ ପରିବାର ଲୋକ ସେଲିବ୍ରେସନ କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି କି ଏହି କେସ ପାଇଁ ସେ ନିଜ ଅଜାଙ୍କୁ ସବୁ ଦିନ ପାଇଁ ହରାଇ ଦେଇଛନ୍ତି। ଜୟକୃଷ୍ଣ ରେଲୱେ ଅବସର ପ୍ରାପ୍ତ କର୍ମଚାରୀ ଚାକିରୀରୁ ଅବସର ନେଲା ପରେ ସେ ବିଭିନ୍ନ ସମାଜସେବା କାମ ଉଭୟ ସ୍ୱାମୀ ଓ ସ୍ତ୍ରୀ କରି ଆସୁଥିଲେ। ହଠାତ ତାଙ୍କର ଆଖି ଅପରେସନ ପାଇଁ କିଛି ଅର୍ଥ ଦରକାର ପଡ଼ିବାରୁ ସେ ରାଜା ବଜାର, ବାଲିଛକ ସାହି ନିବାସୀ ତନ୍ମୟ କୁମାର ପଣ୍ଡାଙ୍କଠୁ ଏକ ଲକ୍ଷ ଟଙ୍କା ସୁଧ ଆକାରରେ ଆଣିଥିଲେ। ଯାହା ପରବର୍ତ୍ତୀ ସମୟରେ ତନ୍ମୟ କୁମାର ପଣ୍ଡା ଜୟକୃଷ୍ଣଙ୍କ ଏଟିଏମ୍ ରୁ ସମସ୍ତ ସୁଧ ଓ ମୂଳ ଟଙ୍କା ଉଠାନ୍ତି । ଟଙ୍କା ପରିଶୋଧ ହେଲା ପରେ ତନ୍ମୟ ପଣ୍ଡା ଜୟକୃଷ୍ଣଙ୍କୁ ଏଟିଏମ୍ ନ ଫେରେଇ ଓଲଟା ଜୟକୃଷ୍ଣ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଏକ ମିଥ୍ୟା ମୋକଦ୍ଦମା ଏଫ ଆଇ ଆର ନମ୍ବର -୧୦୨/୨୦୧୮ରୁଜ୍ଜୁ କରି ତାଙ୍କ ବଡ ନାତିକୁ ପୋଲିସ ଦ୍ୱାରା ଗିରଫ କରାଇଥିଲେ । ଜୟକୃଷ୍ଣ ମାନ ସମ୍ମାନ ପ୍ରିୟଲୋକ ତାଙ୍କ ନାମରେ ଓ ତାଙ୍କ ବଡନାତି ଗିରଫ ହେବା ଦ୍ବାରା ସେ ମାନସିକ ଓ ଶାରିରୀକ ରୂପରେ ଚିନ୍ତାରେ ରହି ରହି ଗୋଟେ ଦିନ ଶଯ୍ୟାରେ ପଡ଼ିଗଲେ । ଏହି କେସ ପାଇଁ ମନୋରଂଜନ ତାଙ୍କ ଅଜା ଜୟକୃଷ୍ଣଙ୍କୁ ହରାଇଛନ୍ତି । ଜୟକୃଷ୍ଣଙ୍କୁ ଗୋଟାଏ କଥା ବେଶୀ ବାଧିଥିଲା ଯେଉଁ ବାପ ପିଲାଙ୍କୁ ପାଳି ନଥିଲା କି ପୋଷି ନଥିଲା କିନ୍ତୁ; ମିଥ୍ୟା କେସରେ ଫସେଇଥିଲା। ସୂଚନାଯୋଗ୍ୟ ଯେ; ଜୟକୃଷ୍ଣ ଙ୍କ ବଡ ଝିଅ ଶର୍ମିଷ୍ଠା ନାୟକଙ୍କୁ ୧୯୮୯ ମସିହାରେ ବୈଦିକ ରୀତିରେ ବିବାହ କରାଯାଇଥିଲା ଭିକାରି ନାହାକ ଓରଫ ଭିକ୍ଷାକାରୀ ନାହାକ ସହିତ ତାଙ୍କ ସ୍ତ୍ରୀ ଶର୍ମିଷ୍ଠା ନାୟକଙ୍କୁ ସବୁ ବେଳେ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଯେଉଁଥିରୁ ତାଙ୍କ ସ୍ତ୍ରୀ ଅତିଷ୍ଠ ହୋଇ ସବୁ ଦିନ ପାଇଁ ପିଲା ଦୁଇଟିଙ୍କୁ ନେଇ ନିଜ ବାପ ଘରକୁ ସବୁଦିନ ପାଇଁ ଚାଲି ଆସିଥିଲେ। ସେହିଦିନ ପରଠାରୁ ଜୟକୃଷ୍ଣ ତାଙ୍କ ବଡ ଝିଅ ଓ ତାଙ୍କ ନାତିର ଲାଳନ ପାଳନ କରି ତାଙ୍କୁ ବଡ କରିଥିଲେ । ଯେଉଁ ବାପ ପିଲା ପାଳି ନଥିଲା କି ପୋଷି ନଥିଲା କିନ୍ତୁ ଜୟକୃଷ ନାୟକ ଓ ତାଙ୍କ ସ୍ତ୍ରୀ କାଞ୍ଚନ ବାଳା ନାୟକ ୧ଲକ୍ଷ୍ୟ ଟଙ୍କା ଆଣିଥିଲେ ଯାହା ନିଜ ପେନସନ ମିଳୁଥିବା ଖାତାର ଏଟିଏମ କୁ ବନ୍ଧକ ରଖି ରାଜା ବଜାର, ବାଲୀଛକ ନିବାସୀ ତନ୍ମୟ କୁମାର ପଣ୍ଡାଙ୍କୁ ଠୁ ୧ଲକ୍ଷ୍ୟ ଟଙ୍କା ଆଣିଥିଲେ ନିଜ ପଞ୍ଜାବ ନେସନାଲ ବ୍ୟାଙ୍କ ଜଟଣୀ ଶାଖାର ଏଟିଏମ, ଚେକ ବୁକ, ନିଜ ବ୍ୟାଙ୍କ ପାସଵୁକ । ତନ୍ମୟ କୁମାର ପଣ୍ଡା ଜୟକୃଷ୍ନଙ୍କୁ ନେଇଥିବା ଲକ୍ଷେ ଟଙ୍କାର ଏଗ୍ରୀମେଣ୍ଟ କରି ଜୟକୃଷ୍ଣଙ୍କ ହାତକୁ ଦେଲେ। ପ୍ରତିମାସ ଜୟକୃଷ୍ଣଙ୍କ ପେନସନ ମିଳୁଥିବା ଖାତାର ଆକାଉଣ୍ଟରୁ ତନ୍ମୟ କୁମାର ପଣ୍ଡା ସୁଧ ଓ ମୂଳ ଉଠେଇବେ ବୋଲି ଚୁକ୍ତି ହୋଇଥିଲା। ଯାହା ପରବର୍ତ୍ତୀ ସମୟରେ ତନ୍ମୟ କୁମାର ପଣ୍ଡା ୧,୫୯,୭୦୦ ଟଙ୍କା ମନମୁଖୀ କାଟିଲା ପରେ ଜୟକୃଷ୍ଣ ଟଙ୍କା ହିସାବ ମାଗିବାରୁ ତନ୍ମୟ କୁମାର ପଣ୍ଡା ବୃଦ୍ଧ ଜୟକୃଷ୍ଣଙ୍କୁ ମାରିଦେବାର ଭୟ ଦେଖାଇଲେ।ଜୟକୃଷ୍ଣ ଯାଇ ଜଟଣୀ ଥାନା ବାବୁ ସଞ୍ଜୀବ ମହାନ୍ତିଙ୍କୁ ଜଣାଇଲେ କିନ୍ତୁ ଜଟଣୀ ଥାନାର ପୂର୍ବତନ ଥାନା ଅଧିକାରୀ ସଂଜିବ ମହାନ୍ତି ଏକ ଲକ୍ଷ ଟଙ୍କା ମାଗିଥିଲେ । ଜୟକୃଷ୍ଣ ଦେଇ ପାରି ନ ଥିଲେ। ଯାହାଦ୍ଵାରା ଅସାହାୟ ବୃଦ୍ଧା କିଛି ବାଟ ନ ପାଇ ନିଜ ବ୍ୟାଙ୍କ ରେ ଏଟିଏମ୍ ବନ୍ଦ କରି ନୂତନ ଏଟିଏମ୍ ଆଣିଥିଲେ। ଯାହାଦ୍ଵାରା ତନ୍ମୟ କୁମାର ପଣ୍ଡା ମନମୁଖୀ ଭାବରେ ଟଙ୍କା କାଟି ନ ପାରିବାରୁ। ଜଟଣୀ ଥାନା ରେ ଲାଞ୍ଚୂଆ ଥାନା ଅଧିକାରୀ ସଂଜିବ କୁମାର ମହାନ୍ତିଙ୍କୁ ଧରି ମିଥ୍ୟା ମୋକଦ୍ଦମାରେ ଜୟକୃଷ୍ଣଙ୍କ ନାତିକୁ ଏବଂ ତନ୍ମୟ କୁମାର ପଣ୍ଡାଙ୍କ ସାଙ୍ଗ ଲୋକକଲୋନୀ କୁଦୀଆରୀ ନିବାସୀ ଭିକାରୀ ନାହାକ ଓରଫ ଭିକ୍ଷାକାରୀ ନାହାକଙ୍କ ମନୋରଂଜନ ନାହାକଙ୍କ ବାପାଙ୍କ ସହିତ ମିଶି ଷଡ଼ଯନ୍ତ୍ର କରି ମିଥ୍ୟା କେଶରେ ଫସାଇଥିଲେ ।

। ମନୋରଂଜନ କୁହନ୍ତି , ତାଙ୍କ ଆଇ କାଞ୍ଚନ ବାଳାଙ୍କୁ ତାଙ୍କ ବାପା ଭିକ୍ଷାକାରୀ ଓରଫ ଭିକାରୀ ନାହାକ ରାସ୍ତାରେ ବଳାତ୍କାର ଉଦ୍ୟମ କରିଥିଲେ ଯାହା ପାଇଁ କାଞ୍ଚନ ବାଳା ୨୦୨୨ ମସିହାରେ ଏକ କେସ କରିଥିଲେ କେସ ନମ୍ବର-୧୫୬/୨୦୨୨ । କୌଶଳ କ୍ରମେ ଫ୍ୟାକ୍ଟ୍ରିରୁ ପୋଲିସ ତାଙ୍କ ଦଲିଲ ଓ କିଛି ପାଉତି ତାଙ୍କ ଠାରୁ ଛଡେଇ ନେଇକରି ମନୋରଞ୍ଜନ ମୁଖ୍ୟ ଦୋଷୀ ବୋଲି ଏହି କେସରେ ପୋଲିସ କରିଥିଲା। ତନ୍ମୟ କୁମାର ପଣ୍ଡା କିନ୍ତୁ ଉଠେଇଥିବା ୧,୫୯,୭୦୦ ଟଙ୍କା କଥା କୋର୍ଟରେ ଜାଣିଶୁଣି କହି ନଥିଲେ । ତାଙ୍କ ଫ୍ୟାକ୍ଟ୍ରି ରୁ ଗିରଫ କରିବା ସମୟରେ ଷଡ଼ଯନ୍ତ୍ର କରି ସେହି ସମୟରେ ତାଙ୍କ ବିରୁଦ୍ଧରେ ତାଙ୍କ ବାପା ଭିକ୍ଷାକାରୀ ନାହାକ ଓରଫ ଭିକାରୀ ନାହାକ ତାଙ୍କର ଜଣେ ସାଙ୍ଗ ତନ୍ମୟ ପଣ୍ଡାଙ୍କ ସହିତ ମିଶି ଚକ୍ରାନ୍ତ କରି ମିଥ୍ୟା ୪୨୦ କେସରେ ଫସେଇ ଥିଲେ ,ତାହା ସହ ମନୋରଂଜନ ନାହାକ କିପରି ଅଧିକରୁ ଅଧିକ ଦଣ୍ଡ ପାଇବେ ସେ କୋର୍ଟରେ ନିଜ ପ୍ରଥମ ସ୍ତ୍ରୀର ପୁଅ ନାମରେ ଲୋକ କଲୋନୀ , କୁଦିଆରୀ ଅଞ୍ଚଳର ଭିକ୍ଷାକାରୀ ଓରଫ ଭିକାରୀ ନାହାକ ମିଥ୍ୟା ସାକ୍ଷୀ ନିଜ ପୁଅ ନାମରେ ଦେଉଥିଲେ ଯାହା ମାଜିଷ୍ଟ୍ରେଟ ମହୋଦୟଙ୍କ ସନ୍ଦେହ ଦୃଷ୍ଟି ଗୋଚର ହୋଇଥିଲା ,ତାହା ସହ ତାଙ୍କୁ ଅର୍ରେଷ୍ଟ କରିବାକୁ ସି ଏସ୍ ଆଇ ଷ୍ଟାଫ୍ ଙ୍କୁ ତାଗିଦ୍ କରି କହିଥିଲେ । ବହୁ ଚର୍ଚ୍ଚିତ କେସ ରେଲୱେ ପେ ସ୍ଲିପ ଜାଲିଆତି ଘଟଣାରେ ଜଡ଼ିତ ଭିକାରୀ ବହୁତ ଦିନ ଲୁଚି ରହି ଆସୁଛନ୍ତି ନିଜ ପରିଚୟ ଲୁଚାଇ ଓ ବିଭିନ୍ନ କେସ ଜଡ଼ିତ ଥିବା ବ୍ୟକ୍ତି କିପରି ସାକ୍ଷୀ ରହି ଏହି କେସ ନିଜ ପୁଅକୁ ଦଣ୍ଡ ଦେବାକୁ ଖୁସି ହେଉଥିବା ସହିତ ଯେଉଁଠି ବାପ ହୋଇ ନିଜ ଜନ୍ମ କରିଥିବା ପୁଅକୁ ବଞ୍ଚେଇବା କଥା ସେହି ଜାଗାରେ ବାପ ହୋଇ ପୁଅକୁ ମିଥ୍ୟା କେସରେ ନିଜେ ସାକ୍ଷୀ ରହି ଓ ନିଜ ଭଣଜା ବିନୋଦଙ୍କୁ ସାକ୍ଷୀ ରଖି ନିଜ ପୁଅକୁ ଫସାଇବାକୁ ସବୁ ପ୍ରକାର ଚେଷ୍ଟା ଭିକାରୀ ଓରଫ ଭିକ୍ଷାକାରୀ କରିଚାଲିଥିଲେ । ଏହା ଏକ ରାକ୍ଷସ ବାପର ଉଦାହରଣ । ସବୁ ସାକ୍ଷୀ ପ୍ରମାଣ କୁ ଅନୁଧ୍ୟାନ କରି ମାନ୍ୟବର କୋର୍ଟ ମନୋରଞ୍ଜନଙ୍କୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରି ଦୋଷ ମୁକ୍ତ କରିଥିଲେ ।