ଆଜିର ଖବର…
୧-ଭୁବନେଶ୍ୱର:ଅନୁଗର୍ଗ ହେବେ ନୂଆ ମୁଖ୍ୟଶାସନ ସଚିବ।ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ନୂଆ ବର୍ଷ ପ୍ରଥମ ଦିନରୁ କାର୍ଯ୍ୟ କରିବେ ।
୨-ଭୁବନେଶ୍ୱର:ଶୁକ୍ରବାର ସବୁ ବିଶ୍ୱବିଦ୍ୟାଳୟରେ, କଲେଜରେ ପାଳିତ ହେବ ବୀର ବାଲ ଦିବସ।UGC ପକ୍ଷରୁ ସମସ୍ତ କଲେଜ ଓ ବିଶ୍ଵବିଦ୍ୟାଳୟକୁ ଚିଠି ଜାରି।
୩-୨୦୨୬ରେ ନୂଆ ନିଯୁକ୍ତି: ଫରେଷ୍ଟର ଆରଆଇ, ଅମିନ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି,୩୦ରୁ ଅନଲାଇନ୍ ଆବେଦନ, ଜାନୁଆରୀ ୨୨ରେ ସରିବ।
୪-ଜାନୁଆରୀ ନୁହେଁ ଫେବ୍ରୁଆରୀ ୧ ରୁ ପେଟ୍ରୋଲ ପାଇଁ ଦରକାର ହେବ ବୈଧ ପ୍ରଦୁଷଣ ପ୍ରମାଣପତ୍ର।
୫-ଜନଜାତି ତାଲିକାରେ ସାମିଲ ହେବେ ନୂଆ ବର୍ଗ, ଆଦିବାସୀ ପୂଜକଙ୍କ ପାଇଁ ଭତ୍ତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
୬-ଭୁବନେଶ୍ୱର:୧୧ ମାସ ପରେ ନନ୍ଦନକାନନରେ ଗଡ଼ିଲା ଶିଶୁ ରେଳ ଗାଡ଼ି,୧୩ ରାଉଣ୍ଡରେ ବୁଲିଲେ ୭ ଶହରୁ ଅଧିକ ପର୍ଯ୍ୟଟକ।
୭-ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ଗଠନ କରାଯିବ।
୮-ବଡ଼ମ୍ବା:ଜାନୁଆରୀ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ମକର ମେଳା ,ଟି ସେତୁରେ ଯାନବାହାନ ଚଳାଚଳ ଉପରେ କଟକଣା।
୯-ଆରମ୍ଭହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା,୧୧ ଦିନ ଧରି ଚାଲିବ।
୧୦-ଭୁବନେଶ୍ୱର:ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ଖଣ୍ଡଗିରି ଓ ଉଦୟଗିରି ନିକଟରେ କରୁଥିଲେ ବ୍ଲାକମେଲ।
୧୧-୧,୩୩୩ କୋଟିର ୧୧ ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର, ସୃଷ୍ଟି ହେବ ୭,୪୦୦ରୁ ଅଧିକ ନିଯୁକ୍ତି।
୧୨-ଭୁବନେଶ୍ୱର:ସରକାରୀ ନିୟମର ଉଡ଼ୁଛି ଧଜ୍ଜିଆ; ଆମ ବସ୍ରେ ନାହିଁ ଇନ୍ସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍ କଥା କିଏ ପଚାରେ ?
୧୩-ଚାନ୍ଦବାଲି ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।
୧୪-କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପୁଲିସ ମାଓବାଦୀ ମୁହାଁମୁହିଁ,ଦୁଇ ମାଓବାଦୀ ନିହତ।
୧୫-ଓଡିଶା କୋଟିଆର ମାଆ, ଆନ୍ଧ୍ର ହେଉଛି ମାଉସୀ- ରାଜସ୍ଵମନ୍ତ୍ରୀ ,କୋଟିଆକୁ ପ୍ରବେଶ କଲେ ବନ୍ଧା ହେବେ ଆନ୍ଧ୍ର ଅଧିକାରୀ !
୧୬-୨୭ରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ, ଜାନୁଆରୀ ମାସ ଭିତରେ ହେବ ଗଣତି ମଣତି।
୧୭-କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଗିଲା ଅସ୍ଥାୟୀ ବ୍ୟାରିକେଡ୍, ଧାଡିରେ ଯାଇ ନିଖୁଣ କାରୁକାର୍ଯ୍ୟ ଦେଖିବେ ପର୍ଯ୍ୟଟକ।
୧୮-ବିଜୟ ହଜାରେ ଟ୍ରଫିରେ ସ୍ଵସ୍ତିକଙ୍କ ଡବଲ ସେଞ୍ଚୁରି; ଓଡ଼ିଶାର ପ୍ରଥମ ବ୍ୟାଟର ଭାବେ ରଚିଲେ ଇତିହାସ।
୧୯-ନୂଆ ଦିଲ୍ଲୀ:ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ହାର୍ଦ୍ଦିକ ମନୋନୀତ; ଅର୍ଜୁନ ଆୱାର୍ଡ ଦୌଡରେ ଦିବ୍ୟା, ତେଜସ୍ୱିନ ଶଙ୍କର, ମେହୁଲି।
୨୦-ନୂଆ ଦିଲ୍ଲୀ:ଚୀନ ଭିସା ଦୁର୍ନୀତି ମାମଲା, ବଢିଲା କାର୍ତ୍ତି ଚିଦାମ୍ବରମଙ୍କ ଅଡୁଆ।
୨୧-ବିମାନ ଦୁର୍ଘଟଣାରେ ଲିବ୍ୟାର ସେନାମୁଖ୍ୟ, ୪ ଜଣ ସୈନ୍ୟ ଅଧିକାରୀ ଓ ୩ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ,ସାରା ଦେଶରେ ତିନି ଦିନ ପାଇଁ ସରକାରୀ ଶୋକ ଘୋଷଣା କରିଛନ୍ତି ସରକାର।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
