September 21, 2024

ପିପୁଲ୍ସ କଲେଜରେ ସୁଶାସନ ଦିବସ ପାଳିତ…

Share


ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସୁଶାସନ ଦିବସ ପାଳନ ସାଙ୍ଗକୁ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ଯାପକ ବିନୋଦ କୁମାର କର ଓ ଲୋକନାଥ ବେହେରା ଯୋଗ ଦେଇ ସୁଶାସନ ନୀତି ଏବଂ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ସ୍ବ ସ୍ବ ବ୍ଯକ୍ତବ୍ଯ ରଖିଥିଲେ । ଆଲୋଚନା ଚକ୍ରର ଶୀର୍ଷକ ” ବହୁ ସଂସ୍କୃତି, ବିକାଶୋନ୍ମୁଖୀ ଓ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପରିପ୍ରେକ୍ଷୀରେ ସୁଶାସନର ଆହ୍ବାନ କ’ଣ ? ” ଉପରେ ବିସ୍ତୃତ ଆଲୋଚନା ସାଙ୍ଗକୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଛାତ୍ରୀ ପୂଜା ସ୍ବାଇଁ ଓ ପାୟଲ ରାଣୀ ସ୍ବାଇଁ ଆଲୋଚନା ଚକ୍ରର ସନ୍ଧର୍ଭଟିକୁ ପାଠ କରିଥିଲା ବେଳେ ପରିଶେଷରେ ପାଠଚକ୍ର ସମ୍ପାଦିକା ମୌସୁମୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।