September 21, 2024

ବୁଗୁଡା ଅଞ୍ଚଳରେ ଶୀତର ପ୍ରକୋପ , ଜନଜୀବନ ଅସ୍ତବ୍ୟସ୍ତ…

Share


ବୁଗୁଡ଼ା :  ଏବେ ପାଞ୍ଚ ଦିନ ହେଲା ବୁଗୁଡ଼ା ଅଞ୍ଚଳରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ଏହି ଅଞ୍ଚଳର ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ପ୍ରବଳ ଜାଡ ଅନୁଭୂତ ହେଉଥିବା ବେଳେ ସହରାଞ୍ଚଳରେ ମଧ୍ୟ ଶୀତର ପ୍ରଭାବ ପଡୁଛି ।
ତାପମାତ୍ରା ୧୧ ରୁ ୧୩ ଡିଗ୍ରୀ ମଧ୍ୟରେ ରହିବା ସାଙ୍ଗକୁ
କୋହଲା ପବନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ
କରୁଛି । ଶୀତୁଆ ସକାଳରେ କୌଣସି କାମରେ ଘରୁ
ପଦାକୁ ବାହାରିବାକୁ କଷ୍ଟ ଲାଗୁଥିବା ବେଳେ ରାତିରେ
ଶୀଘ୍ର ବଜାର ଘାଟ ଖାଲି ହୋଇଯାଉଛି । ଶୀତର
ପ୍ରକୋପରେ ଆବାଳବୃଦ୍ଧବନିତା ପ୍ରଭାବିତ ହେଉଛନ୍ତି ।
ବିନା ଶୀତ ବସ୍ତ୍ରରେ ପଦାକୁ ବାହାରିବା ମୁସ୍କିଲ
ହୋଇପଡୁଥିବା ବେଳେ ଶୀତରୁ ରକ୍ଷା ପାଇବା ପାଇଁ
ଲୋକେ ଠାଏଁ ଠାଏଁ ନିଆଁର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି ।