ଲରମ୍ଭା କଲେଜର ଛାତ୍ରଙ୍କୁ ସୈନ୍ୟ ବିଭାଗରେ ସମ୍ମାନିତ – ଡି.ଜି.ଓ.ଏସ୍. ମେଡାଲିଅନ୍ ପାଇଲେ ଆଶୁତୋଷ ରଥ
ବରଗଡ଼, ୨୫./୧୧ (ସୁରେନ୍ଦ୍ର କଠାର):* ବରଗଡ଼ ଜିଲ୍ଲା ପାଇଁ ଗର୍ବର ମୁହୂର୍ତ୍ତ। ଲରମ୍ଭା କଲେଜର ଛାତ୍ର *ଆଶୁତୋଷ ରଥ* ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅନ୍ୟତମ *ଡି.ଜି.ଓ.ଏସ୍. ମେଡାଲିଅନ୍* ସମ୍ମାନରେ ସମ୍ମାନିତ ହୋଇଛନ୍ତି।ଗତ *୨୦ ନଭେମ୍ବର ୨୦୨୬ ଜବଲପୁର ରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ *ଅର୍ଡନାନ୍ସ ସେବାର ମହାନିର୍ଦ୍ଦେଶକ, ବରିଷ୍ଠ କର୍ଣ୍ଣେଲ କମାଣ୍ଡାଣ୍ଟ ଅର୍ଡନାନ୍ସ, ଲେଫ୍ଟନାଣ୍ଟ ଜେନେରାଲ ଦୀପକ ଆହୁଜା* ଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଏହି ଅବସରରେ *ଏମ୍.ସି.ଏମ୍.ଏମ୍. କଲେଜ (ମିଲିଟାରୀ କଲେଜ ଅଫ୍ ମେଟେରିଆଲ୍ ମ୍ୟାନେଜମେଣ୍ଟ) ର କମାଣ୍ଡାଣ୍ଟ, ଲେଫ୍ଟନାଣ୍ଟ ଜେନେରାଲ ସନ୍ଦୀପ ନରଞ୍ଜ, ଏସ୍.ଏମ୍.* ମଧ୍ୟ ଆଶୁତୋଷଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।ସେନାରେ ନିଷ୍ଠା, ଶୃଙ୍ଖଳା ଓ ଦେଶସେବା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଥିବା ଜଣାପଡ଼ିଛି। ଲରମ୍ଭାର ଏହି କୀର୍ତ୍ତିମାନ ପୁଅଙ୍କ ପାଇଁ ସମଗ୍ର ଗ୍ରାମ ଓ ବରଗଡ଼ ଜିଲ୍ଲା ଗର୍ବିତ।ଗ୍ରାମବାସୀଙ୍କ କହିବା କଥା, ଆମ ଗାଁର ପୁଅ ଆଜି ଦେଶ ପାଇଁ ନାଁ ଆଣିଛି, ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଯୁବପିଢ଼ି ପାଇଁ ସେ ଏକ ପ୍ରେରଣା।
