ପାହାଡ଼ଶ୍ରୀଗିଡାଠାରେ ସମ୍ବିଧାନ ଦିବସ ପାଳିତ. ….
*ବରଗଡ,ତା ୨୬/୧୧ (ସୁରେନ୍ଦ୍ର କଠାର)ଗୁରୁବାର ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପାହାଡ଼ଶ୍ରୀଗିଡା ଗ୍ରାମ୍ ପଞ୍ଚାୟତ କାର୍ଯ୍ୟାଳୟଠାରେ ବ୍ଲକ ଉନ୍ନୟନ ଅଧିକାରୀ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ଅତାବିରା ଶ୍ରୀ ରିପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ ତଥା ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନଙ୍କ ଉପସ୍ଥିତିରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା | ସର୍ବପ୍ରଥମେ ବାବାସାହେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ଓ ଦ୍ବୀପ ପ୍ରଜ୍ଜ୍ୱଳନ କରାଯାଇଥିଲା | ପରେ ଶ୍ରୀ ସୁନା ସମ୍ବିଧାନର ଜନକ ତଥା ପ୍ରଣେତା ଡକ୍ଟର ବାବାସାହେବଙ୍କ ଜୀବନୀ ତଥା ସମ୍ବିଧାନ ପାଇଁ ତାଙ୍କର ସମର୍ପଣ ଏବଂ ଜଣେ ଶୃଙ୍ଖଳିତ ନାଗରିକ ଭାବରେ ଆମର୍ ମୌଳିକ କର୍ତ୍ତବ୍ୟ ଓ ଅଧିକାର ବିଷୟରେ ବିସ୍ତାରିତ ଭାବରେ ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ |ଏହି ଅବସରରେ ଭାରତୀୟ ସମ୍ବିଧାନର ପ୍ରସ୍ଥାବନାର ଶପଥ ପାଠ କରାଇଥିଲେ |ଏହି କାର୍ଯ୍ୟକ୍ରମର ପରିସମାପ୍ତି ପରେ ଘରକୁ ଘର ଭୋଟର୍ ସର୍ଭେ କାର୍ଯ୍ୟକ୍ରମର ଯୋଗ ଓ ବାଦ୍ ତାଲିକାର ଶୁଣାଣି ଅନୁଷ୍ଠିତ ହୋଇଥିଲା |ଏହି କାର୍ଯ୍ୟକ୍ରମରେ ବି.ଏଲ୍.ଓ ସୁପରଭାଇଜର ଶ୍ରୀ ସୁବାଷ ମହାନନ୍ଦ,ପି.ଇ.ଓ ଶ୍ରୀ ଅସିତ୍ କୁମାର ଦାସ,ଡି.ଇ.ଓ ଶ୍ରୀ ପ୍ରଶାନ୍ତ ହୋତା, ଯୁବସମାଜସେବୀ ଶ୍ରୀ ରମାକାନ୍ତ ପ୍ରଧାନ ତଥା ପାହାଡଶ୍ରୀଗିଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଥ୍ ନ°୧୨ ରୁ ୨୦ ପର୍ଯ୍ୟନ୍ତ ସମସ୍ତ ବି.ଏଲ୍.ଓ ସୁଶୀଲ କୁମାର ସେଟ୍, ରାଜକିଶୋର ବରିହା,ଅ°ଶୁମାନ୍ ପ୍ରଧାନ, ବୈଷ୍ଣବ ମାଝୀ, ମାଧୁରୀ ଗୁରୁ, ଆମିଏଲ୍ କାଣ୍ଡୁଲାନା, ଜୟଦେବ ନାଏକ, ନଳିନୀ ପ୍ରଧାନ,ମାଧବୀ ମାଝୀ ତଥା ଗ୍ରାମର ଭଦ୍ରବ୍ୟକ୍ତି ଓ ଯୁବ ଭୋଟର୍ ମାନେ ଯୋଗଦାନ କରିଥିଲେ | ଶ୍ରୀ ସୁନୀଲ କୁମାର ଗୁରୁ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |
