୭ ଦଫା ଦାବିରେ ଅତାବିରା ICDS ଅଫିସ ସମ୍ମୁଖରେ ବ୍ଲକର ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ
ଅତାବିରା ୨୬/୧୧ (ସୁରେନ୍ଦ୍ର କଠାର): ବରଗଡ ଜିଲ୍ଲା ଅତାବିରା ICDS କାର୍ଯ୍ୟାଳୟ ସମ୍ମୁଖରେ ୭ ଦଫା ଦାବି ପୂରଣ ନେଇ ବ୍ଲକ ଅଙ୍ଗନବାଡ଼ି କର୍ମୀ ସଂଘର ସଭାନେତ୍ରୀ ସତ୍ୟଭାମା ମହାପାତ୍ର ଓ ସମ୍ପାଦିକା ପଦ୍ମିନୀ ବେହେରାକଂ ନେତୃତ୍ବରେ ଅଂଗନବାଡି କର୍ମୀ ଓ ସହାୟିକାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ୱାର୍କର୍ସ ଆସୋସିଏସନ୍ର ଆହ୍ୱାନକ୍ରମେ ,ଶତାଧିକ କର୍ମୀ ଓ ସହାୟିକା ଏକତ୍ରିତ ହୋଇ ଅନିର୍ଦ୍ଦିଷ୍ଟ କାଳୀନ ଧାରଣା ଦେଇଛନ୍ତି।ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ମଧ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କ ପାରିଶ୍ରମିକ ୧୫ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି ହୋଇଛି । ଏହା ସହିତ ଅନ୍ୟ ୬ଟି ଦାବି ମଧ୍ୟ ପୂରଣ କରିବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନ ରେ କର୍ମୀମାନେ କହିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଅଙ୍ଗନବାଡ଼ି କର୍ମୀମାନେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା, ଶିଶୁଙ୍କ ପ୍ରାକ୍-ଶିକ୍ଷା, ପୋଷଣ କାର୍ଯ୍ୟକ୍ରମ ସମେତ ବିଭିନ୍ନ ସରକାରୀ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଏଭଳି ସ୍ଥିତିରେ ନିଜର ପାରିଶ୍ରମିକ ବୃଦ୍ଧି ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ ସେମାନେ ଧାରଣାରେ ବସିଥିବାରୁ ଏବେ ସରକାରଙ୍କ ପଦକ୍ଷେପକୁ ଅପେକ୍ଷା କରିବାକୁ କହିଛନ୍ତି।
