ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଆଭ୍ୟନ୍ତରୀଣ କମିଟି ବୈଠକ ଅନୁଷ୍ଠିତ………
ନବରଙ୍ଗପୁର(ଏମ୍.ଦୀନା°ଶୁ ଆଚାରୀ)ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ କମିଟିର ତ୍ରୟମାସିକ ବୈଠକ କରାଯାଇଥିଲା।ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ଵରୀ ସାହୁ ସଭାପତିତ୍ବ କରିଥିଲେ।ଆଭ୍ୟନ୍ତରୀଣ କମିଟି ର ବାହ୍ୟ ସଦସ୍ୟ ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ସମରେଶ ଗନ୍ତାୟତ ଯୋଗ ଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ଆଭ୍ୟନ୍ତରୀଣ କମିଟିର ଗୁରୁତ୍ଵ ସମ୍ପର୍କରେ ଛାତ୍ରୀଙ୍କୁ ସଚେତନ କରାଇଥିଲେ। ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ କମିଟି ଅଧ୍ୟକ୍ଷା ଡ଼ ସଂଯୁକ୍ତା ପଣ୍ଡା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କୁ ଭିତ୍ତି କରି ଗଠିତ ଏହି କମିଟିର ଗତ ତିନି ମାସର ବିବରଣୀ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ କର୍ମଚାରୀଙ୍କ ମଧ୍ଯରେ ଇଂରାଜୀ ବିଭାଗ ର ଅଧ୍ୟାପକ ଶ୍ରୀ ବିନୋଦ ବିହାରୀ ପ୍ରଧାନ,ଅର୍ଥନୀତି ବିଭାଗର ଅଧ୍ୟାପିକା ଶ୍ରୀମତୀ ତାଇରା ବେଗମ୍,ଇତିହାସ ବିଭାଗର ମୁଖ୍ୟ ଶ୍ରୀମତୀ ରଞ୍ଜୁସା କୁମାରୀ ପ୍ରହରାଜ, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ନୃପେନ୍ଦ୍ର ନାଥ ଖୋସଲା,ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ଲକ୍ଷ୍ମୀକାନ୍ତ ସୌରା ଏବଂ ଅଣ ଶିକ୍ଷକ କର୍ମଚାରୀ ଭାବେ କନିଷ୍ଠ କିରାଣୀ ତଥା
ଡିଇଓ ଶ୍ରୀ ଭୁବନ ହରିଜନ ଙ୍କ ସମେତ ବହୁ ସଂଖ୍ୟକ ଛାତ୍ରୀ ଯୋଗ ଦେଇଥିଲେ।
