April 24, 2026

ମାନସିକ ଅନଗ୍ରସର ଶିଶୁଙ୍କ ଅନୁଷ୍ଠାନ ନିୟତିରେ ଟିଭି ପ୍ରଦାନ..

IMG-20251125-WA0035
Share

 

ଶିଖ ଗୁରୁ ତେଗ ବାହାଦୁର ସିଂଙ୍କର ୩୫୦ ବର୍ଷ ତମ ସହିଦ ଦିବସ ଆଜି ଦେଶବ୍ୟାପି ପାଳନ କରାଯାଉଛି। ଏହି ଅବସରରେ ସମସ୍ତ ସଭା ସମିତିରେ ଗୁରୁ ତେଗ ବାହାଦୁରଙ୍କର ତ୍ୟାଗ ଓ ନିଷ୍ଠା ଉପରେ ଆଲୋଚନା ହେଉଥିବା ବେଳେ ଆଜି ପୁରୀ ଜିଲ୍ଲାର ନିମାପଡ଼ାସ୍ଥିତ ମେଟ୍ ଗ୍ରୁପ୍‌ର ପ୍ରୟାସରେ ଗଜପତି ଜିଲ୍ଲା ଅନ୍ତର୍ଗତ ମାନସିକ ଅନଗ୍ରସର ଶିଶୁଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ଵେଚ୍ଛାସେବୀ ସଂସ୍ଥା ନିୟତିରେ ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡାଙ୍କ ପ୍ରଚେଷ୍ଟାରେ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାନସିକ ଅନଗ୍ରସର ଶିଶୁଙ୍କୁ ଆଧୁନିକ ଜ୍ଞାନକୌଶଳରେ ସଶକ୍ତ କରିବାର ଲକ୍ଷ୍ୟ ନେଇ ନିମାପଡ଼ାର ମେଟ୍ ଗ୍ରୁପ୍ ତରଫରୁ ଖଣି ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ଟିଭି ଉକ୍ତ ଅନୁଷ୍ଠାନକୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, କନିଷ୍ଠ ଖଣି ଅଧିକାରୀ ବିଶ୍ଵଜିତ ମହାତୋଙ୍କ ଉପସ୍ଥିତିରେ ଉକ୍ତ ଅନୁଷ୍ଠାନକୁ ଏକ ଟିଭି ପ୍ରଦାନ କରାଯିବା ସହ ନିୟତିର ଅନ୍ତେବାସୀଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ସେମାନଙ୍କ ସୁବିଧା ଅସୁବିଧାକୁ ଉକ୍ତ ବିଦ୍ୟାଳୟର ସମ୍ପାଦିକା ତନୁଜା ଶତପଥୀ, ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ପାଣିଗ୍ରାହୀ ଉପସ୍ଥିତିରେ ଆଲୋଚନା କରାଯାଇଥିଲା। ପରେ ନିୟତିର ସମସ୍ତ ସଦସ୍ୟ ଖଣି ଅଧିକାରୀ ତଥା ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟରଙ୍କ ଏହି ପ୍ରୟାସକୁ ସାଧୁବାଦ ଜଣାଇଥିଲେ।