April 29, 2026

“ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ଦ୍ୱାରା ରକ୍ତଦାନ ଶିବିର ରେ ୭୧ ୟୁନିଟ୍ ରକ୍ତ ସଂଗ୍ରହ .

IMG-20251025-WA0017
Share

 

 

 

ଅଦ୍ୟ ତା ୨୫.୧୦.୨୦୨୫ ଶନିବାର ଦିନ ବରଗଡ଼ ଜିଲ୍ଲା ଅତାବିରା ବ୍ଳକ୍ କତାବଗା ଗ୍ରାମ ରେ ବିଶିଷ୍ଟ ସମାଜସେବୀ ଯତୀନ ନାୟକ ଙ୍କ ବାପା ସ୍ବର୍ଗତ ସନାତନ ନାୟକ ଙ୍କର ଗଙ୍ଗାଶ୍ରାଦ୍ଧ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା । ଉକ୍ତ ରକ୍ତଦାନ ଶିବିର କୁ “ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍”(WOYM) ଏବଂ କତାବଗା ଗ୍ରାମବାସୀ ଆୟୋଜନ କରିଥିଲେ ।

ବର୍ତ୍ତମାନ ବୁର୍ଲା ରକ୍ତଭଣ୍ଡାର ରେ ରକ୍ତଶୂନ୍ୟ ଦେଖାଦେଇଛି । ଏପରି ଏକ ଭୀଷଣ ପରିସ୍ଥିତି ରେ ସ୍ବେଚ୍ଛାକୃତ ଭାବେ ୭୧ ଜଣ ରକ୍ତଦାତା(୨ ଜଣ ମହିଳା ଓ ୬୯ ଜଣ ପୁରୁଷ) ବୁର୍ଲା ରକ୍ତଭଣ୍ଡାର କୁ ରକ୍ତଦାନ କରିଥିଲେ ।

ଆତ୍ମା ର ସଦଗତି କାମନା କରି ଶିବିର କୁ ସ୍ବର୍ଗତ ସନାତନ ନାୟକ ଙ୍କର ଭାଇ କିଶୋର ନାୟକ, ନରେନ୍ଦ୍ର ନାୟକ ଏବଂ ବିରେନ୍ଦ୍ର ନାୟକ ଉଦଘାଟନ କରିଥିଲେ । WOYM ସଭାପତି ଅଜିତ୍ କୁମାର୍ ପତି, ସମ୍ପାଦକ ସୁମନ୍ତ ଶତପଥୀ, ସ୍ୱରୂପ ମିଶ୍ର, ଶ୍ରୀକାନ୍ତ ପଧାନ, ଆଲୋକ ପଧାନ, ଅନୁରାଗ ସେଠ୍, ଶ୍ରୀକାନ୍ତ ସାହୁ, ରମଣୀ ମେହେର ସହିତ “ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍”(WOYM) ର ଅନେକ ସଦସ୍ୟ ରକ୍ତଦାନ ଶିବିର କୁ ପରିଚାଳନା କରିଥିଲେ ।

ସର୍ବଶେଷ ରେ WOYM ର ମାର୍ଗଦର୍ଶକ ଶ୍ରୀଯୁକ୍ତ ସରୋଜ ମହାପାତ୍ର ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।ସୁରେନ୍ଦ୍ର କଠାର,ବରଗଡ

You may have missed