November 15, 2024

ଲାଞ୍ଜିଗଡ଼ ଅଞ୍ଚଳରେ ହାତୀଙ୍କ ତାତି 

Share

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ଜଙ୍ଗଲୀ ହାତୀଙ୍କ ଉପଦ୍ରଵ ବଢ଼ି ଚାଲିଛି l ସେମାନେ ବର୍ଷ ବର୍ଷ ଧରି ଏ ଅଞ୍ଚଳରେ ରହି ଆସୁଛନ୍ତି ଏବଂ ସମୟ ସମୟରେ ଗ୍ରାମ ମୁହାଁ ହୋଇ ଲୋକଙ୍କ ଭଲ

ଘର ଦ୍ୱାର ଭାଙ୍ଗିବା ସହ ସେ ଅଞ୍ଚଳର ଲୋକଙ୍କର ଫସଲ ସବୁ ଖାଇ ନଷ୍ଟ କରୁଛନ୍ତି l ଏଇ 23.10.2024 ତାରିଖ ରାତିରେ ଛତ୍ରପୁର ପଞ୍ଚାୟତର ଲେପଟାଗୁଡ଼ା,ବାରବୁଲି ଓ ଟାଙ୍ଗନକଣା ଗ୍ରାମକୁ ଆସି ଲୋକମାନଙ୍କ ଦ୍ୱାରା ଚାଷ କରାଯାଇଥିବା ବିଭିନ୍ନ କିସମର ଫସଲ ସବୁ ଖାଇ ଏବଂ ଦଳି ଚକଟି ନଷ୍ଟ କରି ଦେଇଛନ୍ତି l ଧାନ, ମାଣ୍ଡିଆ, ମୁଗ, ବିରି, କାନ୍ଦୁଲ, କୋଳଥ, ଝୁଡ଼ଙ୍ଗ, କୋଶଲା, କାଙ୍ଗୁ ପ୍ରଭୃତି ଫସଲ ସମ୍ପୂର୍ଣ୍ଣ ରୂପେ ଖାଇ ବରବାଦ କରି ଦେଇଛନ୍ତି l ଏଇ ଗାଁ ଗୁଡିକ ସବୁ ଆଦିବାସୀ ଗାଁ ଅଟେ l ଏଇ ଗାଁ ସବୁରେ ବସବାସ କରୁଥିବା ଆଦିବାସୀ ସବୁ ଅତି ଗରିବ ଶ୍ରେଣୀର ଅଟନ୍ତି l ସେମାନଙ୍କର ଜମିବାଡ଼ି ବିଶେଷ କିଛି ନାହିଁ l କିଛି ଲୋକଙ୍କର ସ୍ୱଳ୍ପ ଜମି ଅଛି l ଯଦିଓ ସେମାନେ ଦୀର୍ଘ ବର୍ଷ ହେଲା କିଛି କିଛି ଜଙ୍ଗଲ ସଫା କରି ସେଇ ସ୍ଥାନରେ ଚାଷ କରି ଖାଦ୍ୟ ଶସ୍ୟ ଉତ୍ପାଦନ କରି ଆସୁଛନ୍ତି, ଏଯାଏ ସେମାନେ ଜଙ୍ଗଲ ଜମିର ପଟ୍ଟା ପାଇ ନାହାନ୍ତି l ନିୟମ ଦୃଷ୍ଟିରୁ ସରକାର ସେମାନଙ୍କୁ ସେଇ ଜମିର ପଟ୍ଟା ଦେବା କଥା, କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇନାହିଁ l ହାତୀ ପଲ ଆସି ଯେଉଁ ମାନଙ୍କ ଫସଲ ନଷ୍ଟ କରିଦେଲେ, ସେମାନେ ହେଲେ ଅର୍ଜୁନ ମାଝୀ, ରାଜୁ ମାଝୀ, ଫୁଲୁ ମାଝୀ, ମୁକୁଲି ମାଝୀ, ସିକୁ ମାଝୀ, ସୟନାଗ, ମୁଶ୍ରୀ ମାଝୀ, ସାନ୍ଧା ମାଝୀ, ଓ ସାନ୍ଧେ ମାଝୀ l ଏମାନେ ସମସ୍ତେ ଅତି ଗରିବ ଶ୍ରେଣୀର ଆଦିବାସୀ l ହାତୀ ନଷ୍ଟ କରିଥିବା ଫସଲ ସବୁର ମୂଲ୍ୟ ଆକଳନ କରି ସରକାରଙ୍କ ତରଫରୁ ସେମାନଙ୍କୁ କ୍ଷତି ପୂରଣ ଦିଆଯାଉ ବୋଲି ସେମାନେ ବନବିଭାଗର କର୍ମଚାରୀଙ୍କ ନିକଟରେ ଦାବି କରିଛନ୍ତି l ଗତ ବର୍ଷ ମଧ୍ୟ ହାତୀପଲ ଆସି ଲେପଟାଗୁଡ଼ା ଗ୍ରାମର ବନମାଳୀ ମାଝୀ, ପୂର୍ଣ୍ଣ ମାଝୀ, କଲମ ମାଝୀ, ସାନ ମାଝୀ, ରାଜୁ ମାଝୀ, ପୁଙ୍ଗରି ମାଝୀ, ସିମାଙ୍ଗ ମାଝୀ, କୈଳାଶ ନାଗ, କଳଗ ମାଝୀ, ରବି ମାଝୀ, କୁଲି ମାଝୀ ଓ ରାଶି ମାଝୀଙ୍କ ଫସଲ ସବୁ ଉଜାଡ଼ି ଦେଇଥିଲେ l ବନ ବିଭାଗ କର୍ମଚାରୀକ ନିକଟରେ ଦାବୀ ଜଣାଇଥିଲେ ଏବଂ ନିଜର ଆଧାର କାର୍ଡ଼ ଓ ଅନ୍ୟାନ୍ୟ ପ୍ରମାଣପତ୍ର ଦେବା ପାଇଁ ବନବିଭାଗର କର୍ମଚାରୀ କହିଥିଲେ l ସବୁ ଦେଲା ପରେ ମଧ୍ୟ ଉପରୋକ୍ତ ଚାଷୀମାନେ କୌଣସି କ୍ଷତି ପୂରଣ ପାଇ ନ ଥିଲେ l ଏପରି ଚାରି ପାଞ୍ଚ ବର୍ଷ ଧରି ହାତୀ ମାନଙ୍କ ଦ୍ୱାରା କ୍ଷତି ସହୁଥଲେ ମଧ୍ୟ ଏଇ ଗରିବ ଆଦିବାସୀଙ୍କ କଥା ବନବିଭାଗ କିମ୍ବା କୌଣସି ସରକାରୀ ସ୍ତରରେ କେହି ମଧ୍ୟ ସହାନୁଭୂତି ହାତ ବଢ଼ାଉ ନାହାନ୍ତି l ତେଣୁ ଏମାନେ ହତାଶ ହେଇପଡିଛନ୍ତି l ଏମାନଙ୍କର କହିବା କଥା ହେଲା ଯେ ସରକାର ତରଫରୁ ଆମର କ୍ଷତି ପୂରଣ ଟଙ୍କା ଆସୁଥିଲେ ମଧ୍ୟ ଆମକୁ ନ ଦେଇ ସରକାରୀ ବାବୁମାନେ ଖାଇ ଯାଉଛନ୍ତି l ତେଣୁ ସରକାର ଏବଂ ବନବିଭାଗ ପକ୍ଷରୁ ହାତୀମାନଙ୍କ ଦ୍ୱାରା ହୋଇଥିବା କ୍ଷତିର ଆକଳନ କରାଯାଇ ସେମାନଙ୍କୁ ଉପଯୁକ୍ତ ଦେବାପାଇଁ ପଦକ୍ଷେପ ନିଆଯାଉ ବୋଲି ଏଇ ଗରିବ ଆଦିବାସୀ ଚାଷୀ ମାନେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର