ଉମରକୋଟ ଠାରେ ସହରୀ ବାସହୀନଙ୍କ ଆଶ୍ରୟ ସ୍ଥଳ ନିର୍ମାଣ ନେଇ ଉପଯୁକ୍ତ ଜାଗା ଚି଼ହ୍ନଟ କରିବାରେ ରାଜସ୍ୱ ବିଭାଗ ବିଫଳ, ଅନିଶ୍ଚିତତା ଘେରରେ ନିର୍ମାଣ……..
ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରର କୋଟି କୋଟି ଟଂକାର ମୂଲ୍ୟବାନ ସରକାରୀ ଜମି ଅଣ ଓଡ଼ିଆଙ୍କ ହାତ କୁ ରାଜସ୍ୱ ବିଭାଗ ଟେକି ଦେଇଥିବା ବେଳେ ସହରି ବାସ ହିନ ଙ୍କ ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଉଦ୍ଧିଷ୍ଟ ସରକାରୀ ଜମି ପ୍ରଦାନ ରେ ବିଫଳ ହେଇଛି ରାଜସ୍ୱ ବିଭାଗ ଫଳରେ ଆଶ୍ରୟ ସ୍ଥଳି ନିର୍ମାଣ ନେଇ ଅନିଶ୍ଚିତତା ସୃଷ୍ଟି ଦେଖା ଯାଇଛି। ଉମରକୋଟ ପୌର ପରିଷଦ ପକ୍ଷରୁ ସହରୀ ବାସହୀନଙ୍କ ପାଇଁ ଏକ ଆଶ୍ରୟ ସ୍ଥଳୀ ନିର୍ମାଣ ନିମନ୍ତେ ୧ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ସହ ଗତ ୨୦୨୩ ମେ ମାସ ୨୦ ତାରିଖରୁ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇସାରିଛି। ତେବେ ରାଜସ୍ୱ ବିଭାଗ ଉପଯୁକ୍ତ ସରକାରୀ ଜାଗା ଚିହ୍ନଟ କରି ପୌର ପରିଷଦକୁ ଦେବାରେ ବିଫଳ ଯୋଗୁଁ ଦେଢ ବର୍ଷ ବିତି ଯାଇଥିଲେ ସୁଦ୍ଧା ପୌର ପରିଷଦ ଠିକାଦାରଙ୍କୁ କାର୍ଯ୍ୟ ଦେଶ ପ୍ରଦାନ କରାଯାଇ ପାରୁ ନାହିଁ। ଫଳରେ ଏହାର ନିର୍ମାଣ ନେଇ ଅନିଶ୍ଚିତତା ଦେଖା ଦେଇଛି। ଏନେଇ ପୌର ପ୍ରଶାସନ ପକ୍ଷରୁ ଏହି ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ୪ ହଜାର ଫୁଟ ଜାଗା ଚିହ୍ନଟ କରିବା ପାଇଁ ତହସିଲଦାର ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି । ତେବେ ଉପଯୁକ୍ତ ଜାଗା ଚିହ୍ନଟ ହୋଇ ପାରୁନଥିବା ଯୋଗୁଁ କାର୍ଯ୍ୟାଦେଶ ପ୍ରଦାନରେ ବିଳମ୍ବ ହେଉଛି ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପଟେ ଏହି ଆଶ୍ରୟ ସ୍ଥଳୀ ପୁରୁଣା ବସ ଷ୍ଟାଣ୍ଡ ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ୯ ନମ୍ୱର୍ ୱାର୍ଡ ରେ ଜଙ୍ଗଲ ବିଭାଗ ର ଡାକ ବଙ୍ଗଳା କୁ ଲାଗିକି ଏକ ମୂଲ୍ୟବାନ ଜମି କୁ ଜଣେ ଅଣ ଓଡ଼ିଆ ବ୍ୟବସାୟୀ ଅକ୍ତିଆର କରି ଘର ନିର୍ମାଣ କରିବା ପାଇଁ ଚେଷ୍ଟା କରିବା ବେଳେ ଜିଲ୍ଲା ପ୍ରଶାସନ ଉକ୍ତ ଜମି ର ନିର୍ମାଣ କୁ ଭାଙ୍ଗି ସରକାର ଙ୍କ ଜମି ବୋଲି ବୋର୍ଡ ଲଗାଇ ରଖିଛି। ସେହି ଜମି ରେ କାହିଁକି ପ୍ରଶାସନ ଆଶ୍ରୟ ସ୍ଥଳ ନିର୍ମାଣ କରୁ ନାହିଁ ବୋଲି ସହର ବାସୀ ପ୍ରଶ୍ନ କରିଛନ୍ତି। ତେବେ ରାଜସ୍ୱ ବିଭାଗ ଏହି ସ୍ଥାନ କୁ ପୌର ପରିଷଦ କୁ ହସ୍ତାନ୍ତର ନ କରି ୨ କି.ମି. ଦୁର ରେ ଥିବା ୱାର୍ଡ ନମ୍ୱର୍ ୨ ଗୋତିଗୁଡା ର ଏକ ନିର୍ଜନ ସ୍ଥାନରେ ଜାଗା ଚିହ୍ନଟ କରି ଥିବାରୁ ସେଠାରେ ଏହାକୁ ନିର୍ମାଣ କଲେ ଏହା ବ୍ୟବହାର ଉପଯୋଗୀ ହୋଇ ପାରିବ ନାହିଁ ବୋଲି ପୌର ପରିଷଦ ମନା କରିବା ପରେ ଅନ୍ୟ ଜାଗା ଚିହ୍ନଟ ପାଇଁ ତହସିଲଦାର ଙ୍କୁ ପତ୍ର ମାଧ୍ୟମ ରେ ଜଣାଇଛନ୍ତି। ତେଣେ ୯ ନମ୍ୱର୍ ୱାର୍ଡ ର କୋଟି ଟଙ୍କାର ମୂଲ୍ୟବାନ ସରକାରୀ ଜାଗାକୁ ସରକାରୀ ଖାତାକୁ ଆଣିବାରେ ରାଜସ୍ୱ ବିଭାଗର ବିଫଳତା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ସରକାରୀ ଜାଗା ଜବରଦଖଲ ଦଣ୍ଡନୀୟ ଅପରାଧ ବୋଲି ସାଇନ୍ ବୋର୍ଡ ମାରିଥିବା ସତ୍ତ୍ୱେ ସେହି ଜାଗାରେ ଏଭଳି ସରକାରୀ ଘର ନିର୍ମାଣ କଲେ ସରକାରୀ ଜାଗାର ସୁରକ୍ଷା ସହ ଉପଯୁକ୍ତ ବ୍ୟବହାର ହୋଇପାରନ୍ତା ବୋଲି ସାଧାରଣ ମତ ପ୍ରକାଶ ପାଇଛି। ଉକ୍ତ ଜାଗାରେ କୌଣସି ନିର୍ମାଣ କାର୍ଯ୍ୟ କରିବାକୁ ପ୍ରଶାସନିକ ଉଦାସୀନତା ପଛରେ ଉକ୍ତ ଜାଗା ପୁଣି ସମ୍ପୃକ୍ତ ଅଣ ଓଡ଼ିଆ ବ୍ୟବସାୟୀଙ୍କ ହାତକୁ ଟେକି ଦେବାକୁ ମସୁଧା ଚାଲିଥିବା ସହର ରେ ଚର୍ଚ୍ଚା ହେଉଛି। ରାଜସ୍ୱ ବିଭାଗ ଉଦାସୀନତା ଯୋଗୁଁ ଏଠାରେ ଦିନକୁଦିନ ସରକାରୀ ଜାଗା ଜବରଦଖଲ ବଢି ଚାଲିଛି। ବର୍ତମାନ ରାଜ୍ୟ ସରକାର ସରକାରୀ ଜମି କୁ ଜବର ଦଖଲ ରୁ ଉଦ୍ଧାର କରାଯିବ ବୋଲି ଯେଉଁ ନିଷ୍ପତି ନେଇଛନ୍ତି ଏହାକୁ ଉମରକୋଟ ରାଜସ୍ୱ ବିଭାଗ ଉକ୍ତ କୋଟି କୋଟି ଟଙ୍କା ର ସରକାରୀ ଜମି କୁ ତୁରନ୍ତ ନିଜ ଅଧୀନ ରେ ଆଣି ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ପାଇଁ ସହର ବାସୀ ଦାବି କରିଛନ୍ତି। ବସଷ୍ଟାଣ୍ଡ ଠାରୁ ୧୦୦ ମିଟର ଦୂରତା ମଧ୍ୟରେ ଏହି ଆଶ୍ରୟ ସ୍ଥଳୀ ନିର୍ମାଣ କରାଯିବା ର ନିୟମ ରହିଥିବା ବେଳେ ବର୍ତ୍ତମାନ ପ୍ରାୟ ବସଷ୍ଟାଣ୍ଡ ଠାରୁ ଦୁଇ କିଲୋମିଟର ଦୂରରେ ନିର୍ମାଣ ପାଇଁ ପୌର ପ୍ରଶାସନ ପକ୍ଷରୁ ଏକ ଯୋଜନା ଚାଲିଥିବା ସୂଚନା ମିଳିଛି, ଘଟଣାକୁ ନେଇ ପୌର ନିର୍ବାହୀ ଅଧିକାରୀ ପ୍ରୀତି ରଞ୍ଜନ ରଥ ଙ୍କୁ ପଚାରିବାରୁ ସେ କହିଛନ୍ତି ୧୦୦ ମିଟର ମଧ୍ୟରେ ସରକାରୀ ଜାଗା ନାହିଁ ଯେଉଁ ଜାଗା ୯ନମ୍ୱର୍ ୱାର୍ଡ ରେ ରହିଛି ସେହି ଜାଗା ମାନ୍ୟବର ଉଚ୍ଚ ନ୍ୟାଳୟୟ ରେ ଏକ କେସ ରହିଛି ତେଣୁ ଆଶ୍ରୟ ସ୍ଥଳୀ ପାଇଁ ନୂତନ ଜାଗା ଖୋଜା ଚାଲିଛି ବୋଲି ସୂଚନା ଦେଇଛନ୍ତି।