September 11, 2026

ସୁସ୍ଥ ନାରୀ ଏବଂ ସଶକ୍ତ ପରିବାର’ ଅଭିଯାନ ଅଧୀନରେ ରକ୍ତଦାନ ଶିବିର ଅନୁଷ୍ଠିତ

IMG-20250925-WA0077
Share

 

 

ଅନୁଗୋଳ,ତା. ୨୫. ୦୯: · ସୁସ୍ଥ ନାରୀ ଏବଂ ସଶକ୍ତ ପରିବାର’ଅଭିଯାନ ଅଧୀନରେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶସନ, ଅନୁଗୋଳର ମିଳିତ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳର ଓଡିଶା ରକ୍ତ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି ।

ଊକ୍ତ ଶିବିରରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନ, ପ୍ରଭାଗାୟ ଶ୍ରମ ଆୟୁକ୍ତ ଶ୍ରୀମତୀ ଇତିଶ୍ରୀ ଗାଗରାଇ, ଜିଲ୍ଲା ଶ୍ରମ ଅଧୀକାରିଣୀ (କଲ୍ୟାଣ) ଶ୍ରୀମତୀ ଲିରିକା ରାୟ, ଜିଲ୍ଲା ଶ୍ରମ ଅଧୀକାରିଣୀ (ପ୍ରବର୍ତ୍ତନ) ଶ୍ରୀମତୀ ପ୍ରିୟମ୍ବଦା ସ୍ୱାଇଁ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଦେବ ପ୍ରସାଦ ମହାନ୍ତିଙ୍କ ସମେତ ଶ୍ରମ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯାନରେ ୭୫ ଜଣ ମହିଳା ନିର୍ମାଣ ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରିକ୍ଷା କରିବା ସହିତ ୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

You may have missed