ଆଜିର ଖବର…
୧-ନୂଆ ଦିଲ୍ଲୀ:୨୦୨୬ ଫେବୃୟାରୀ ୧୭ ତାରିଖରୁ ଆରମ୍ଭ ହେବ CBSE ଦଶମ ଓ ଦ୍ବାଦଶ ପରୀକ୍ଷା।
୨-ଭୁବନେଶ୍ୱର: ମୌସୁମୀ ଅଧିବେଶନ ଶେଷ, ହଟ୍ଟଗୋଳରେ ଧୋଇଗଲା ଚର୍ଚ୍ଚା,ଦିନକ ପୂର୍ବରୁ ଗୃହ ହେଲା ମୁଲତବୀ।
୩-ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ,୫୦ ହଜାର ଗୃହ ନିର୍ମାଣ କାର୍ଯ୍ୟାଦେଶ ବାଣ୍ଟିବେ ମୋଦୀ।
୪-ଦୁବାଇ:ପ୍ରଥମ ଦଳ ଭାବେ ଭାରତ, ଏସିଆ କପ୍ ଫାଇନାଲରେ ପ୍ରବେଶ କଲା।
୫-ପାର୍ବଣ ସାଜସଜ୍ଜାରେ ବର୍ଷା ବାଧକ ; ଚିନ୍ତାରେ କାରିଗର, ଫିକା ପଡ଼ିବ ପୂଜା!।
୬-ମାଲକାନଗିରି: ଦକ୍ଷିଣ ଓଡ଼ିଶାକୁ ବର୍ଷା ବିପତ୍ତି,୩ ଜିଲ୍ଲାରେ ୨୮ ଯାଏଁ ଅଧିକାରୀଙ୍କ ଛୁଟି ବାତିଲ।
୭-ଭୁବନେଶ୍ୱର:ପୂଜା ପାଇଁ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା, ୨୬ ତାରିଖରେ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।
୮-ପ୍ରବଳ ବର୍ଷାରେ ଉବୁଟୁବୁ ସମ୍ବଲପୁର, ପୁଣି ହୀରାକୁଦ ଖୋଲିଲା ଆଉ ୪ଟି ଗେଟ୍।
୯-ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ମହିଳା କଂଗ୍ରେସ,ବିକ୍ଷୋଭ ବେଳେ ପୋଲିସ ସହ ହେଲା ମୁହାଁମୁହିଁ।
୧୦-ପୋଲସରା ବିଜ୍ଞାନ ମହାବିଦ୍ୟାଳୟ:+୩ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ,ପୁରୁଷ ବନ୍ଧୁଙ୍କ ଘରୁ ମୃତ ଦେହ ଉଦ୍ଧାର।
୧୧-ଭଦ୍ରକ:ଭିଜିଲାନ୍ସ ଜାଲରେ ରାଧାବଲ୍ଲଭପୁର ସର୍କଲର RI ବାବୁ; ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ।
୧୨-ରାଜଧାନୀରେ ହିଟ୍ ଆଣ୍ଡ ରନ୍ ମାମଲା:ଦେଢ ମାସ ପରେ ଧରାପଡିଲା ଥାର୍ ଡ୍ରାଇଭର୍ ସୋମନାଥ ବେହେରା
୧୩-ଆଜି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ, ଆସନ୍ତା ୨୬ ବେଳକୁ ଅବପାତରେ ପରିଣତ ହେବା ସମ୍ଭାବନା।
୧୪-ପୁରୀ:ବାଇକ୍ରେ ବୁଲେଇ ନେବାକୁ କହି ଲଜ୍ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ।
୧୫-ଆନ୍ଧ୍ର-ଓଡ଼ିଶା ସୀମାରେ ହଜି ଯାଉଛି ଓଡ଼ିଆ ଭାଷା ; ସ୍ୱାଭିମାନ ଅଞ୍ଚଳରେ ଓଡ଼ିଆ କହିପାରୁନାହାନ୍ତି ୭୦% ଲୋକେ।
୧୬-ତେଜିଲାଣି ବିଜେଡି କନ୍ଦଳ; ଶ୍ରୀମୟୀଙ୍କ ଅଡ଼ୁଆ ପ୍ରଶ୍ନ ପରେ ବିଜେଡି ଶିବିରରେ ହଲଚଲ।
୧୭-ଛତିଶଗଡ଼ର ଦାନ୍ତେୱାଡା ପୋଲିସକୁ ବଡ଼ ସଫଳତା; ୭୧ ଜଣ ମାଓବାଦୀ କଲେ ଆତ୍ମସମର୍ପଣ।
୧୮-ଦେଶରେ ବଢ଼ିଲା ମେଡ଼ିକାଲ୍ ସିଟ୍: ୫୦୦୦ ପିଜି, ୫,୦୨୩ ଏମବିବିଏସ୍ ସିଟ୍ ବୃଦ୍ଧି।
୧୯-ରେଳ କର୍ମଚାରୀଙ୍କୁ ପୂଜା ଭେଟି: ମିଳିବ ୭୮ ଦିନର ବୋନସ୍, କେନ୍ଦ୍ର କ୍ୟାବିନେଟର ମଞ୍ଜୁରି।
୨୦-ବିହାର ବିଧାନସଭା ନିର୍ବାଚନ ; ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ,ଇ-ସାଇନ୍ ଫିଚର ଆରମ୍ଭ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
