April 27, 2026

ବଧୂହତ୍ୟାକୁ ନେଇ ତୈଳିକ ସମାଜ ପକ୍ଷରୁ ଶାନ୍ତିପୁର୍ଣ ଗଣଧାରଣା।

IMG-20250925-WA0042
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଞ୍ଜିପଦର ଗ୍ରାମର କ୍ଷୀରବତୀ ସାହୁ ନାମକ ଯୁବତୀ ଭଅଁରମାଳ ଗ୍ରାମର ଜଗନ୍ନାଥ ସାହୁଙ୍କୁ ବିବାହ କରିଥିଲେ। କିନ୍ତୁ କ୍ଷୀରବତୀ ତାଙ୍କ ଶ୍ୱଶୁର ଘରେ ବରାବର ବିଭିନ୍ନ କାରଣକୁ ନେଇ ନିର୍ଯାତୀତ ହୋଇଆସୁଥିଲେ ଏବଂ ଶେଷରେ ଗତ ୧O ତାରିଖ ଦିନ କ୍ଷୀରବତୀଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ପାଇବାପରେ ମୃତା କ୍ଷୀରବତୀଙ୍କ ବାପା ଓ ପରିବାର ବର୍ଗ ୧୧ ତାରିଖ ଦିନ କ୍ଷୀରବତୀଙ୍କ ସ୍ୱାମୀ ଜଗନ୍ନାଥ ସାହୁ, ଶ୍ୱଶୁର ରୋମାଞ୍ଚଳ ସାହୁ, ଶାଶୁ ଋଦେନ ସାହୁ ଓ ନଣନ୍ଦ ନେତ୍ର ସାହୁଙ୍କ ବିରୋଧରେ କେସିଙ୍ଗା ଥାନାରେ ନିର୍ଯାତନା ଓ ହତ୍ୟାକୁ ନେଇ ଏକ ଲିଖିତ ମାମଲା ୠଜ୍ଜୁ କରିଥିଲେ। ଏହାପରେ କେସିଙ୍ଗା ଥାନା ଅଧିକାରୀ ଶ୍ରୀ ଜିତେନ୍ଦ୍ର ବିଶ୍ୱାଳ ମାମଲାକୁ ଗମ୍ଭୀର ଭାବରେ ନେଇ ତତକ୍ଷଣାତ ଘଟଣା ସ୍ଥଳକୁ ଯାଇ ମୃତାଙ୍କ ସ୍ୱାମୀ ଜଗନ୍ନାଥ ସାହୁଙ୍କୁ ଗିରଫ କରି ଥାନାକୁ ଆଣି ପଚରାଉଚୁରା କରିଥିଲେ। ଏଥିରେ ଜଗନ୍ନାଥ ସାହୁ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ମୃତାଙ୍କ ଶ୍ୱଶୁର, ଶାଶୁ ଓ ନଣନ୍ଦଙ୍କୁ ପୋଲିସ ଗିରଫ ନକରିବା ନେଇ ସମଗ୍ର ବାଞ୍ଜି ପଦର ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାପରେ ଏହି ଘଟଣାକୁ ନେଇ କଳାହାଣ୍ଡି ତୈଳିକ ସମାଜ ପକ୍ଷରୁ ଗତକାଲି କେସିଙ୍ଗା ଥାନା ସମ୍ମୁଖରେ ଶାନ୍ତିପୂର୍ଣ ଭାବରେ ଗଣଧାରଣା ଦିଆଯାଇଥିଲା ଓ ଥାନା ଅଧିକାରିଙ୍କୁ ଲିଖିତ ଭାବରେ ଏହି ବଧୂହତ୍ୟା ଘଟଣାରେ ଜଡିତ ଥିବା ମୃତାଙ୍କ ଶ୍ୱଶୁର, ଶାଶୁ ଓ ନଣନ୍ଦଙ୍କୁ ତୁରନ୍ତ ଗିରଫ କରନ୍ତୁ ବୋଲି ଜଣାଇଥିଲେ। ଏହାପରେ ଥାନା ଅଧିକାରୀ ତୈଳିକ ସମାଜର ନେତୃବୃନ୍ଦଙ୍କୁ ଜଣାଇଥିଲେ ଯେ’ ଏହି ଘଟଣାରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ଏବଂ ଆଉ କିଛିଦିନ ସମୟ ମାଗିଥିଲେ ଓ ଆଶ୍ଵାସନା ଦେଇ କହିଥିଲେ ଯେ’ ଅତିଶୀଘ୍ର ସମସ୍ତ ଦୋଷୀଙ୍କୁ ଗିରଫ କରାଯିବ।