November 26, 2024

“ନିପୁଣ ଓଡିଶା – ନିପୁଣ ଭାରତ” ଲୋଗୋ ଉନ୍ମୋଚନ ଉତ୍ସବ 

Share

 

ବୁଗୁଡା : ତା ୨୫/୦୯/୨୪ : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ “ନିପୁଣ ଓଡିଶା – ନିପୁଣ ଭାରତ” ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଇଓ ଚିନ୍ମୟ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏବିଇଓ ଅମିତା କୁମାରୀ ପାଢୀ ଓ ତପସ୍ବିନୀ ସାହୁ, ଖଲିକୋଟ ଡିଆଇଇଟି ଶିକ୍ଷକ ପ୍ରଶିକ୍ଷିକା ଗାୟତ୍ରୀ ସ୍ବାଇଁ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା ପ୍ରମୁଖ ଯୋଗ ଦେଇ ନିପୁଣ ଓଡିଶା ଅନ୍ତର୍ଗତ ବିଦ୍ଯାଳୟ ସ୍ତରୀୟ କାର୍ଯ୍ୟର ନିର୍ଦ୍ଦେଶାବଳୀକୁ ପାଳନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ଏବଂ ନିପୁଣ ଭାରତର ମାର୍ଗଦର୍ଶିକା ଅନୁସାରେ ବିକାଶାତ୍ମକ ଲକ୍ଷ୍ୟ ଓ ଶିକ୍ଷଣ ଫଳାଫଳକୁ ଆଧାର କରି ପ୍ରସ୍ତୁତ ଶିକ୍ଷଣ କାର୍ଯ୍ୟଗୁଡ଼ିକ ମାଧ୍ୟମରେ ପିଲାମାନଙ୍କ ପାଇଁ ଏକ ଆନନ୍ଦଦାୟୀ ଓ ଉତ୍ସାହପୂର୍ଣ୍ଣ ପରିବେଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଏଥି ସହ ପିଲାମାନଙ୍କ ମଧ୍ୟରେ ଭାଷା ଓ ଗଣିତ ପାଇଁ ଆଗ୍ରହ ସୃଷ୍ଟି କରିବା ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ନେଇ ମତ ପ୍ରକାଶ କରିଥିଲେ। ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୧୦ଟି କ୍ଲଷ୍ଟରର ସିଆରସିସି, ପ୍ରତି କ୍ଲଷ୍ଟରରୁ ୨ ଜଣ ଲେଖାଏଁ ପ୍ରଧାନ ଶିକ୍ଷକ ଏବଂ ବିଇଓ କାର୍ଯାଳୟର କର୍ମଚାରୀଗଣ ଉପସ୍ଥିତ ରହିଥିଲେ।

ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ରିସୋର୍ସ ଗ୍ରୁପର ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେଠୀ, ସହକାରୀ ଶିକ୍ଷକ କମଳ ଲୋଚନ ପାଣିଗ୍ରାହୀ, ସିଆରସିସି ଶଶୀକାନ୍ତ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.