November 26, 2024

ଚଳିତ ମାସ 25 09 2024 ତାରିଖ ଦିନ ଗୁଣପୁର ଠାରେ ଗୁଣପୁର ଓ ଗଜପତି ଜିଲ୍ଲାର ଟ୍ରାକ୍ଟଟର ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

Share

ଚଳିତ ମାସ 25 09 2024 ତାରିଖ ଦିନ ଗୁଣପୁର ଠାରେ ଗୁଣପୁର ଓ ଗଜପତି ଜିଲ୍ଲାର ଟ୍ରାକ୍ଟଟର ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସିପିଆଇ (ଏମ୍ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଓ ଅନାସିମ ଶବର, ବୃନ୍ଦାବନ ବିଡିକା, କରୁଣା କର ଲିମା ଉପସ୍ଥିତ ହୋଇଥିଲେ।

ଉକ୍ତ ବୈଠକରେ ସମସ୍ତକଂ ଉପସ୍ଥିତ ରେ ସର୍ବସମତ୍ତି କ୍ରମେ ଟ୍ରାକଟର ମାଲିକ ସଂଘ ନାମ, (ଗ୍ରାମୀଣ ମୁକ୍ତି ଟ୍ରାକଟର ମାଲିକ ସଂଘ) ନାମରେ ନାମିତ କରାଗଲା। ଉକ୍ତ ମାଲିକ ସଂଘ ରେ ଗାଇ ଗାଇ ଦଳବେହେରା କୁ (ସଭାପତି). ଯୁବଲିସ ରଇତ (ଉପ ସଭାପତି), ମାରକସ ଦଳବେହେରା (ସମ୍ପାଦକ), ଯିବନ୍ତ ଦଳବେହେରା (ସହ ସମ୍ପାଦକ), ଗାଗାନା ଶବର ( କୋଷାଧ୍ୟକ୍ଷ), ସୁପ୍ରିଏମ କାର୍ଯୀ, ଯାକୁବ ରଇତ, ଅନାସିମ ଶବର, ଆନୁଆର ଶବର,ଅବିନାଶ ଶବର, ଶିଲିକା ଗମାଙ୍ଗ, ଲିବିୟ ଗମାଙ୍ଗ, ଆମନ ଗମାଙ୍ଗ, ଯିବିସିୟ ଭୂୟାଁ ସାନସି ଗମାଙ୍ଗ, ଜୁସନଡ୍ର ଶବର କୁଂ ନେଇ ଏକ କମିଟି ଗଠନ କରାଯାଇଛି।

ଉକ୍ତ ବୈଠକରେ ଟ୍ରାକ୍ଟଟର ମାଲିକ ମାନକଂ ବିଭିନ୍ନ ସମସ୍ୟା ଗୁଡିକ ନେଇ ତହସିଲ ଦାର ଓ ଉପ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି l

ନିବେଦକ

ଗାଇ ଗାଇ ଦଳବେହେରା

( ସଭାପତି)

ଗ୍ରାମୀଣ ମୁକ୍ତି ଟ୍ରାକଟର ମାଲିକ ସଂଘ

ରାୟଗଡା ଗୁଣପୁର ଗଜପତି

ଓଡିଶା

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.