June 14, 2026

ସମାଜସେବୀ ସଂସ୍ଥା ସହିତ ଶାଶୁଘର ଆଗରେ ଗର୍ଭବତୀଙ୍କ ଧାରଣା, ଘରେ ତାଲା ଝୁଲାଇ ସ୍ୱାମୀ ଛୁ…..!

IMG-20250725-WA0030
Share

 

ନିଜର ହକଲାଗି ୮ମାସର ଗର୍ଭବତୀ ଶାଶୂଘର ସାମ୍ନାରେ ଧାରଣାରେ ବସିଥିବାବେଳେ ସ୍ୱାମୀ ଏବଂ ପରିବାରର ସମସ୍ତ ସଦସ୍ୟ ଦୁଆରେ ତାଲାମାରି ଛୁ… ମାରିଛନ୍ତି l ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ନାଗପାଟଣା ଗ୍ରାମରେ l ଆଜି ଘର ସମ୍ମୁଖରେ ପୁରୀ ସହରର ଏକ ଅଗ୍ରଣୀ ସମାଜସେବା ସଂଗଠନ ସଙ୍ଗଶ୍ରୀ ଫାଉଣ୍ଡେସନର ଅଧକ୍ଷା ଅରୁଣିମା ନନ୍ଦଙ୍କ ସହିତ ସଂଗଠନ ର ସଦସ୍ୟାମାନଙ୍କ ସହିତ ମହିଳା ଜଣକ ଧାରଣାରେ ବସିଛନ୍ତି l ଗର୍ଭବତୀ ମହିଳା ଜଣକ ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବେଣା ନୂଆଗାଁ ଗ୍ରାମର l

ଖବର ନେବାରୁ ଜଣାଯାଇଛି ଯେ ମହିଳା ଜଣଙ୍କର ପ୍ରଥମେ ନାଗପାଟଣା ଗ୍ରାମର କମଳ ବିଶ୍ୱାଳଙ୍କ ସହିତ ବିବାହ ପ୍ରସ୍ତାବ ପଡିଥିଲା l ଏପରିକି ଉଭୟଙ୍କ ମଧ୍ୟରେ ପ୍ରାୟ ଏକବର୍ଷ ହେବ ଭଲପାଇବା, କଥାବାର୍ତ୍ତା ହେବା ଚାଲିଥିଲା l ଏହାପରେ ମହିଳାଙ୍କ ନିମନ୍ତେ କୋଣାର୍କ ବନଖଣ୍ଡିରୁ ଭଲ ପ୍ରସ୍ତାବ ଆସିବାରୁ ମହିଳାଙ୍କ ପରିବାର ୨୦୨୩ ରେ ବୈଦିକ ରୀତିରେ ମହିଳାଙ୍କ ବିଭାଘର କରିଦେଇଥିଲେ l ମହିଳା ଜଣକ ବାହାଘରର ମାତ୍ର କୋଡିଏ ଦିନ ରେ ପ୍ରଥମ ସ୍ୱାମୀକୁ ଛାଡ଼ି କମଳ ପାଖକୁ ଚାଲି ଆସିଥିଲେ l ୨୦୨୩ମସିହାରୁ ଦୁହେଁ ପୁରୀ ସହରର ନରେନ୍ଦ୍ରକୋଣରେ ଭଡାରେ ରହୁଥିଲେ l ୨୦୨୪ ରେ ମହିଳା ଜଣକ ବନଖଣ୍ଡିର ସ୍ୱାମୀକୁ ଛାଡ଼ପତ୍ର ଦେଇ ୨୦୨୫ ମାର୍ଚ୍ଚ ୮ରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ ରାମଚଣ୍ଡୀ ମନ୍ଦିରରେ କମଳକୁ ବିବାହ କରିଥିଲେ l କମଳ ସହିତ ଏତେଦିନ ରହି ବିବାହ କରିବାପରେ ମଧ୍ୟ କମଳ ମହିଳା ଅନିତା ଦାସକୁ କେବେ ନିଜ ଘରକୁ ନେଇନଥିଲା l କମଳକୁ ମହିଳା ଅନିତା କମଳଙ୍କ ଘରକୁ ନେବାକଥା କହିଲେ କମଳ ଅନିତାକୁ ମାରଧର କରନ୍ତି l କମଳ ଅନୀତାକୁ ବାରମ୍ବାର ମାରଧର କରିବା ଦ୍ୱାରା ମାର୍ଚ୍ଚ ୨୮ରେ ଅନିତା କୁମ୍ଭାରପଡା ଥାନାରେ ଅଭିଯୋଗ କରିବା ସହିତ ଏକ ମାମଲା ରୁଜୁକରିବା ଦ୍ୱାରା ପୋଲିସ କମଳକୁ ଗିରଫ କରି କୋର୍ଟ ଚାଲାଣ କରି ଜେଲକୁ ପଠାଇଥିଲେ l ଜେଲରୁ ମୁକୁଳିବା ପରେ କମଳ ଆଉ ଅନିତା କୁ ଦେଖା କରିନଥିଲେ କି ଅନିତା ସହିତ ସମ୍ପର୍କ ନରଖି ଅନ୍ୟ ଏକ ଝିଅକୁ ବିବାହ କରି କମଳ କୁଆଡେ ଛୁ…. ମାରିଦେଲା l ଅନିତା ଏବେ ଏକୁଟିଆ ରହୁଥିବା ବେଳେ ଅନିତାଙ୍କ ବାପଘର ଲୋକ ଅନିତାକୁ ଆଉ ଘରେ ପୁରେଇଲେ ନାହିଁ l ଅନିତା ଏବେ ଆଠ ମାସର ଗର୍ଭବତୀ ନ୍ୟାୟ ପାଇବା ପାଇଁ ପେଣ୍ଠକଟା ମେରାଇନ ଥାନା ରେ ଅଭିଯୋଗ କରିବା ସହିତ କମଳ ଦୁଆରେ ଧାରଣା ରେ ବସିଛନ୍ତି l କମଳ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିବା ବେଳେ କମଳ ଘର ଚନ୍ଦନପୁରରେ ସେ ନାଗପାଟଣା ମଉସା ଘରକୁ ପୁଅ ହୋଇ ଆସି ରହୁଛି l ଆଗକୁ ଦେଖିବାକୁ ବାକି ରହିଲା ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଯାଇ ସଦର ଥାନା ପୋଲିସଙ୍କୁ ନେଇ ସଙ୍ଗଶ୍ରୀ ଫାଉଣ୍ଡେସନ ର ସଦସ୍ୟାମାନେ ଅନୀତାଙ୍କ ସହିତ ଧାରଣାରେ ବସି ଯେଉଁ ପ୍ରଚେଷ୍ଟା ଚଳାଇଛନ୍ତି ଏହା କେତେଦୂର ସଫଳ ହେଉଛି l ଅନୀତାକୁ ନ୍ୟାୟ ମିଳୁଛି କେବେ ?

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l