June 2, 2024

ପଞ୍ଚ ଠାକୁରାଣୀ ଯାତ୍ରା କମିଟିର ସାଧାରଣ ବୈଠକ, ଆୟବ୍ଯୟର ହିସାବ ସମୀକ୍ଷା

Share


ବୁଗୁଡ଼ା : ତା ୨୫/୦୭/୨୩ : ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ଠାରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା କମିଟିର ସାଧାରଣ ବୈଠକ ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗତ ଏପ୍ରିଲ ୨୬ ତାରିଖରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଠାକୁରାଣୀ ଯାତ୍ରାର ଆୟବ୍ଯୟର ସମୀକ୍ଷା କରାଯାଇଥିଲା । ଏଥର ଠାକୁରାଣୀ ଯାତ୍ରାରେ ୧୯ ଲକ୍ଷ ୨୬ ହଜାର ୩୨୧ ଟଙ୍କା ଆୟ ଏବଂ ୧୫ ଲକ୍ଷ ୪୬ ହଜାର ୮୨୨ ଟଙ୍କା ବ୍ୟୟ ହୋଇଥିବା ବେଳେ ୩ ଲକ୍ଷ ୭୯ ହଜାର ୪୯୯ ଟଙ୍କା ବଳକା ରହିଛି । ତେବେ ପୂର୍ବରୁ ଠାକୁରାଣୀ ଯାତ୍ରାର ଗଚ୍ଛିତ ଥିବା ୩ ଲକ୍ଷ ଟଙ୍କା ସହ ଏଥର ବଳକା ଟଙ୍କା ମିଶିକରି ମୋଟ ୬ ଲକ୍ଷ ୭୯ ହଜାର ୪୯୯ ଟଙ୍କା ବ୍ଯାଙ୍କରେ ଜମା ରଖାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଯାତ୍ରା କମିଟି ପକ୍ଷରୁ ପ୍ରକାଶ ପାଇଛି । ଉକ୍ତ ବୈଠକରେ ଠାକୁରାଣୀ ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ଯଗଣଙ୍କ ସମେତ ଜନସାଧାରଣ ଉପସ୍ଥିତ ରହିଥିଲେ ।