ଧରାକୋଟ ବ୍ଲକର ଖରିଗୁମାରେ ଦଳିତ ବ୍ୟକ୍ତିଙ୍କ ଉପରେ ତଥାକଥିତ ଗୋରକ୍ଷକମାନଙ୍କ ଅତ୍ୟାଚାର ବର୍ବରତା ର ସମସ୍ତ ସୀମା ଲଂଘନ କରିଛି : ଫରୱାର୍ଡ଼ ବ୍ଲକ..
*ଅତ୍ୟାଚାରୀତଙ୍କୁ ଉପଯୁକ୍ତ କ୍ଷତି ପୂରଣ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି*
ଭୁବନେଶ୍ୱର (୨୪. ୦୬. ୨୦୨୫) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ଗଣ ଦୁଷ୍କର୍ମ ଘଟଣା ମନରୁ ନ ଲିଭିବା ପୃର୍ବରୁ ଧରାକୋଟ ବ୍ଲକର ଖରିଗୁମା ଠାରେ ଦଳିତ ପରିବାରର ବାବୁଲା ନାୟକ ଓ ବୁଲୁ ନାୟକ ଙ୍କ ଉପରେ ତଥା କଥିତ ଓ ଗୋ ରକ୍ଷକମାନଙ୍କ ଗୁଣ୍ଡା ଗର୍ଦୀ ଓ ବର୍ବରଚିତ ଅତ୍ୟାଚାରକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି l ବିଜେପି ରାଜ୍ୟରେ ଶାସନକୁ ଆସିବାପରେ ଗୋରକ୍ଷା ନାଆରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତଥାକଥିତ ଗୋରକ୍ଷକମାନଙ୍କ ଆକ୍ରମଣ ଓ ଅତ୍ୟାଚାର ବଢ଼ିବାରେ ଲାଗିଛି l ସାଧାରଣ ଲୋକଙ୍କ ଠାରୁ ଜୋର ଜବରଦସ୍ତି ଗୋରୁ ଗାଈ ଛଡେଇ ନେବା, ସେମାନଙ୍କୁ ଭୟଭୀତ କରି ସେମାନଙ୍କଠୁଁ ପଇସା ଆଦାୟ କରିବା ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି l ରାଜ୍ୟ ସରକାର ଓ ପୁଲିସ ବିଭାଗ ସତେ ଯେପରି ନିରବ ଦ୍ରଷ୍ଟା ସାଜିଛନ୍ତି l ଧରାକୋଟ ବ୍ଲକରେ ଘଟିଥିବା ଅମାନବୀୟ ବ୍ୟବହାର ବର୍ବରତାର ସମସ୍ତ ସୀମାକୁ ଉଲଂଘନ କରିଛି l ଏଭଳି ଘଟଣାରେ ଦାୟୀ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ ବା ଦୃଷ୍ଟାନ୍ତ ମୂଳକ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି l ଅନ୍ୟପଟରେ ଏହି ଘଟଣାରେ କ୍ଷତିଗସ୍ତ ହୋଇଥିବା ବାବୁଲି ନାୟକ ଓ ବୁଲୁ ନାୟକ ଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଦାବି କରିଛନ୍ତି l
*ଜ୍ୟୋତି ରଞ୍ଜନ ମହାପାତ୍ର*
ରାଜ୍ୟ ସାଧାରଣ ସମ୍ପାଦକ,
ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ;
ଫୋନ -୯୪୩୮୧୮୦୫୮୮
